କରୋନା ବିପକ୍ଷରେ ଲଢ଼େଇ କରିବାକୁ ଆଗେଇ ଆସିଲେ ଲତା ମଙ୍ଗେସକର : ଦେଲେ ଏତେ ଲକ୍ଷ ଟଙ୍କା
1/04/2020 at 2:45 PM

ମୁମ୍ବାଇ ୧/୪: କରୋନା ଭାଇରସ୍ ଯୋଗୁଁ ଦେଶର ଅବସ୍ଥା ଦିନକୁ ଦିନ ଖରାପ ହୋଇ ଚାଲିଛି। ସବୁ ଦିନ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ଯାହା ଦେଶ ପାଇଁ ଚିନ୍ତାର ବିଷୟ।
ଏଥିପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିର ପାଖାପାଖି ସମସ୍ତ ଷ୍ଟାର୍ସ ପିଏମ୍ ରିଲିଫ କେୟାର୍ସ ଫଣ୍ଡରେ ଦାନ କରି ସରକାରଙ୍କ ସାହାଯ୍ୟ କରୁଛନ୍ତି। ଗାୟିକା ଲତା ମଙ୍ଗେସକର ମଧ୍ୟ ସରକାରଙ୍କୁ ସାହାଯ୍ୟ କରିବା ଲାଗି ନିଜ ହାତ ବଢ଼ାଇଛନ୍ତି। ସେ ୨୫ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି।
ଏହାର ସୂଚନା ନିଜେ ଲତା ମଙ୍ଗେସକର ସୋସିଆଲ ମିଡିଆରେ ଦେଇଛନ୍ତି। ଲତା ମଙ୍ଗେସକର ମରାଠୀ ଭାଷାରେ ଟ୍ବିଟ୍ କରି ଲେଖିଛନ୍ତି,‘ଏହି ସଙ୍କଟ ସମୟରେ ଆମ ସରକାରଙ୍କ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ। ସେ ନିଜ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା କୋଷରେ ୨୫ଲକ୍ଷ ଟଙ୍କା ଦେଉଛନ୍ତି। ’
ଲତା ଏହା ପୂର୍ବରୁ ମଧ୍ୟ କରୋନାକୁ ନେଇ ଅନେକ ଟ୍ବିଟ୍ କରି ସାରିଛନ୍ତି,ଏବଂ ଲୋକଙ୍କୁ ସରକାରଙ୍କ ସାହାଯ୍ୟ କରିବା ଲାଗି ଅପିଲ ମଧ୍ୟ କରିଛନ୍ତି।