ହାରିଗଲା ପରେ ଧୋନୀ, ରୋହୀତ, କୋହଲି ସମସ୍ତଙ୍କ ଆଖିରେ ଲୁହ ,ଫ୍ୟାନ ବି ମର୍ମାହତ : ଧୋନୀ ସନ୍ୟାସ ନନେବାକୁ କହିଲେ ଲତା ମଙ୍ଗେସ୍କର, ଦଳ ପାଇଁ ଗାଇଲେ ଗୀତ

Published By : Prameya-News7 Bureau | July 11, 2019 IST

ନୂଆଦିଲ୍ଲୀ୧୧|୭: ବିଶ୍ବକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହେବା ପରେ ବିଦାୟ ନେଇଛି ଭାରତ । ଟୁର୍ଣ୍ଣାମେଣ୍ଟେରେ ଦମଦାର ପ୍ରଦର୍ଶନ କରିଥିବା ଟିମ୍ ଇଣ୍ଡିଆ ସେମିଫାଇନାଲରୁ ଯେଉଁଭଳି ବିଦା ନେଲା ଏହା ଖାଲି ଫ୍ୟାନକୁ ନିରାଶ କରିନି ଖେଳାଳି ମଧ୍ୟ ଭାଙ୍ଗିପଡିଛନ୍ତି । ରୋହିତ ଓ ଧୋନୀଙ୍କ ଆଖିରେ ଦେଖିବାକୁ ମିଳିଥିଲା ଲୁହ। ସେପଟେ ଯାହା ପାଖରେ ଥିଲା ସବୁ କିଛି ଦେଇଛୁ ବୋଲି କହିଛନ୍ତି କୋହଲି।

 କେତେ କଣ କଣ କରିଛନ୍ତି ଫ୍ୟାନ । ଜଣେ ଫ୍ୟାନ୍‌ ତ ମୁଣ୍ଡ ପିଟିଦେଇଛନ୍ତି। କାନ୍ଦି କାନ୍ଦି ଗଡ଼ିଯାଇଛନ୍ତି। …ବିଶ୍ବକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ୧୮ରନରେ ପରାସ୍ତ ହେବାପରେ ଭାରତର ହଜାର ହଜାର କ୍ରିକେଟ ପ୍ରେମି ଭାଙ୍ଗିଯାଇଛନ୍ତି ।  

 ଦଳକୁ ପ୍ରତ୍ୟେକ ମ୍ୟାଚରେ ଅକୁଣ୍ଠ ସମର୍ଥନ କରିଥିବାରୁ ଟିମ ଇଣ୍ଡିଆର ଅଗଣିତ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି କ୍ୟାପଟେନ କୋହଲି।  ଯାହା କିଛି ଆମ ପାଖରେ ଥିଲା ଆମେ ମଇଦାନରେ ସବୁ କିଛି ଦେଇଛୁ ବୋଲି କହିଛନ୍ତି କୋହଲି।

ସେପଟେ ଗତକାଲି କ୍ୟାରିୟରର ଶ୍ରେଷ୍ଠ ପାଳି ଖେଳିଥିବା ରବୀନ୍ଦ୍ର ଜାଡେଜା ଟ୍ବିଟ୍ କରି ପ୍ରଶଂସକକୁ ଧନ୍ୟବାଦ ଜଣାଇଛନ୍ତି। ଖେଳ ତାଙ୍କୁ କେବେ ହାରିବା ଶିଖାଇନି। ଜୀବନର ଶେଷ ନିଶ୍ବାସ ଥିବା ଯାଏ ଯେ  ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ଜାଡେଜା।

wp:core-embed/twitter {"url":"https://twitter.com/mangeshkarlata/status/1149234977952821248","type":"rich","providerNameSlug":"twitter","className":""}
https://twitter.com/mangeshkarlata/status/1149234977952821248
/wp:core-embed/twitter

 ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହେବାପରେ ଭାଙ୍ଗିପଡିଥିଲେ ହିଟ୍ ମ୍ୟାନ ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନୀ। ଟୁର୍ଣ୍ଣାମେଣ୍ଟରେ ୫ଟି ଶତକ ମାରିଥିବା ରୋହିତଙ୍କ ଆଖିରେ ଦେଖିବାକୁ ମିଳିଥିଲା ଲୁହ। ରୋହିତଙ୍କୁ କାନ୍ଦିବା ଦେଖି ଫ୍ୟାନକୁ ବହୁତ ଆଘାତ ଦେଇଛି। ମ୍ୟାଚର ଶେଷ ଓଭରରେ ଗପଟିଲଙ୍କ ସିଧା ଥ୍ରୋରେ ଧୋନୀ ରନ ଆଉଟ ହେବାପରେ ତାଙ୍କ ଆଖରେ ଲୁହ ଦେଖିବାକୁ ମିଳିଥିଲା। ମଇଦାନରେ ପ୍ରଥମ ଥର ପାଇଁ ଧୋନୀଙ୍କ ଆଖିରେ ଲୁହ ଦେଖି ଫ୍ୟନ ମର୍ମାହତ। ଦୁଃଖରେ ଭାଙ୍ଗି ନ ପଡି ପୁଣି ଉତ୍ସାହ ସହିତ ଖେଳିବାକୁ କହିଛନ୍ତି। ସୁର ସାମ୍ରାଜ୍ଞି ଲତା ମଙ୍ଗେସ୍କର ଧୋନୀଙ୍କୁ ଖେଳରୁ ଅବସର ନନେବାକୁ କହିଛନ୍ତି। ଏଥିସହିତ ଏକ ଗୀତ ମଧ୍ୟ ଭାରତୀୟ ଦଳର ସୁପର ସୋ ପାଇଁ ସମର୍ପଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.