ଟ୍ରାକ୍ଟର ମଡ଼ାଇ ମାରିଦେବାକୁ ଲତା ମଣ୍ଡଳଙ୍କୁ ଫୋନରେ ଧମକ; ସିମୁଳିଆ ଥାନାରେ କଲେ ଅଭିଯୋଗ

Published By : Prameya-News7 Bureau | November 06, 2018 IST

ଭଦ୍ରକ ୬/୧୧ : ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି ପୂର୍ବତନ ଯାତ୍ରା ଅଭିନେତ୍ରୀ ଲତା ମଣ୍ଡଳ | ଯାତ୍ରା ଅଭିନେତା ଦୈତାରୀ ପଣ୍ଡା ୨୮ ବର୍ଷ ତଳେ ତାଙ୍କୁ ବିବାହ କରିଥିଲେ ଏବଂ ଏହି ବିବାହରୁ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ହୋଇଥିଲା | ଗୋଟିଏ ସନ୍ତାନ ୩ ବସ୍ର ବୟସରେ ପାଣିରେ ବୁଡି ପ୍ରାଣ ହରାଇଥିବାବେଳେ ଆଉ ଗୋଟିଏ ପୁଅ ଏବେ ୨୩ ବର୍ଷ ବୟସର | କିନ୍ତୁ ତାକୁ ତାର ପିତୃ ପରିଚୟ ମିଳୁନଥିବାରୁ ସେ ଗଣମାଧ୍ୟମର ସହର ନେଇଥିଲେ | ନିୟୁଜ ୭କୁ ସାକ୍ଷାତ୍କାର ଦେଇ ଦୈତାରୀ ପଣ୍ଡା ତାଙ୍କ ସ୍ୱାମୀ ବୋଲି ସୂଚନା ଦେଇଥିଲେ | ଅପରପକ୍ଷରେ ନିୟୁଜ୭ କୁ ଦୈତାରୀ ପଣ୍ଡା କହିଥିଲେ ଯେ, ସେ ଲତା ମଣ୍ଡଳଙ୍କୁ ଜାଣନ୍ତି ନାହିଁ | ଦୈତାରୀଙ୍କ ଏଭଳି ବିବୃତିରେ ସେ ମର୍ମାହତ ହୋଇଥିଲେ ଏବଂ ଏବେ ଅଦାଲତର ଦ୍ୱାରସ୍ଥ ହେବାକୁ ଯୋଜନା କରିଛନ୍ତି | କିନ୍ତୁ ଇତି ମଧ୍ୟରେ ତାଙ୍କ ମୋବାଇଲକୁ ବିଭିନ୍ନ ବେନାମୀ କଲ ଆସୁଛି ଓ ଟ୍ରାକ୍ଟର ମଡ଼ାଇ ଜୀବନରେ ମାରିଦେବାକୁ ଧମକ ଦିଆଯାଉଛି | ଏଥିପାଇଁ ବିହିତ ପଦକ୍ଷେପ ନେବା ଲାଗି ସେ ସିମୁଳିଆ ଥାନାରେ ଆବେଦନ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.