ରାନୁ ମଣ୍ଡଳଙ୍କୁ ନେଇ ଲତା ମଞ୍ଜେସ୍କର କହିଲେ ଏପରି କଥା….

Published By : Prameya-News7 Bureau | September 03, 2019 IST

ମୁମ୍ବଇ - ଏକ ଭାଇରାଲ୍ ଭିଡିଓ ପରେ ରାନୁ ମଣ୍ଡଙ୍କର ସୁରିଲା ସ୍ୱର ଅନେକଙ୍କୁ ପ୍ରଭାବିତ କରିଥିଲା । ଏବେ ତାଙ୍କୁ ବହୁତ ବଡ ବଡ ଅଫର ମିଳିଲାଣି । ଦିନେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ରାନୁ ଏବେ ଷ୍ଟାର ବନି ସାରିଲେଣି । ହିମେଶ ରେଶମେୟାଙ୍କ ଠାରୁ ଆରମ୍ଭ କରି ଅନେକ ବଡ ବଡ ସଙ୍ଗୀତ ନିର୍ଦେଶକ ତାଙ୍କୁ ଗୀତ ବୋଲିବା ପାଇଁ ଅଫର୍‌ ଦେଇଛନ୍ତି। ତାଙ୍କର ଗୀତ ବି ଏବେ ବେଶ୍‌ ଲୋକପ୍ରିୟ ହୋଇ ପାରିଛି ।
ଲତା ମଞ୍ଜେସ୍କରଙ୍କୁ ଗୀତ ଗାଇ ପ୍ରସିଦ୍ଧି ପାଇଥିବା ରାନୁଙ୍କୁ ସୁର ସାମାଜ୍ଞ୍ରୀ ଲତା ମଞ୍ଜେସ୍କର ଏକ ଉପଦେଶ ଦେଇଛନ୍ତି। ତାଙ୍କ ଗୀତ ଗାଇ କେହି ସଫଳତା ପାଇଲେ ସେ ବେଶ୍‌ ଖୁସୀ ବୋଲି କହିଛନ୍ତି । ହେଲେ ସବୁ ବେଳେ ଅରିଜିନାଲ୍‌ ହେବା ଭଲ ବୋଲି ଲତା କହିଛନ୍ତି । ଚିର ସବୁଜ ବା ଏଭର୍‌ ଗ୍ରୀନ ଗୀତ ଗାଇବା ଖୁବ୍‌ ଭଲ । ହେଲେ ଆଉ କାହାର ଗୀତ ଗାଇଲେ ଅଳ୍ପ ଦିନ ପାଇଁ ପ୍ରସିଦ୍ଧି ପାଇ ହେବ । କଳାରେ ନିଜତ୍ୱ ରହିଲେ ଚିରସ୍ଥାୟୀ ହୋଇ ପାରିବ ବୋଲି ଲତା କହିଛନ୍ତି ।

ଲତା ମଞ୍ଜେସ୍କରଙ୍କର ଏକ ପ୍ୟାର କି ନଗମା ହେ- ଗାଇ ରାନୁ ବେଶ୍‌ ପ୍ରସିଦ୍ଧି ପାଇଥିଲେ ।
ରାନୁ ମଣ୍ଡଳଙ୍କୁ ସଲମାନ୍‌ ଖାନ୍‌ ଦବଙ୍ଗ ୩ରେ ଗୀତ ଗାଇବାପାଇଁ ଅଫର୍‌ ଦେବା ସହ ଏକ ୫୦ ଲକ୍ଷ ଟଙ୍କାର ଫ୍ଲାଟ ଦେଇଥିବା କଥା ଚର୍ଚ୍ଚା ହୋଇଥିଲା । ମାତ୍ର ପରେ ସଲମାନ ଏହି କଥାକୁ ଅସ୍ୱୀକାର କରିଥିଲେ ।

ଲତା ମଞ୍ଜେସ୍କର ରାନୁ ତାଙ୍କ ଗୀତ ଗାଇ ପ୍ରସିଦ୍ଧି ଲାଭ କରିଥିବାରୁ ଖୁସୀ ବ୍ୟକ୍ତ କରିଛନ୍ତି । ଏହା ମୋ ପାଇଁ ଏକ ଖୁସୀ ଖବର ଓ ମୁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି ଲତା ମଞ୍ଜେସ୍କର କହିଛନ୍ତି ।

ମାତ୍ର କାହାକୁ ନକଲ କରିବା ଚିର ସ୍ଥାୟୀ ନୁହେଁ ଏହା ବେଶୀଦିନ କାମ କରେ ନାହିଁ , ତାଙ୍କର କିମ୍ବା କିଶୋର ଦା, ମହମ୍ମଦ ରଫି ଓ ମୁକେଶ, ଆଶା ଭୋସଲେଙ୍କର ଗୀତ ଭାଲ ଗାଇଲେ କିଛି ସମୟ ପାଇଁ ପ୍ରସିଦ୍ଧି ପାଇ ପାରନ୍ତି । ମାତ୍ର ସବୁବେଳେ ନିଜତ୍ୱ ରହିଲେ ଭଲ ବୋଲି ସେ କହିଛନ୍ତି ।
ଏବେ ବିଭିନ୍ନ ଟେଲିଭିଜନ୍‌ରେ ହେଉଥିବା ରିଅଲିଟି ସୋ କୁ ନେଇ ସେ ଚିନ୍ତା ବ୍ୟକ୍ତି କରିଛନ୍ତି । ଏତେ ପିଲା ଏତେ ଭଲ ଗୀତ ଗାଉଛନ୍ତି । ମାତ୍ର ରିଅଲିଟି ସେ ଶେଷ ହେବାପେର ଅନେକ ତାଙ୍କ ନାଁ ମନେ ରଖୁନାହାନ୍ତି । ସେ କେବଳ ଶ୍ରେୟା ଘୋଷାଲ ଓ ସୁନୀଧି ଚୌହାନଙ୍କୁ ମନେ ପକାଉ ପାରୁଛନ୍ତି ବୋଲି କହିଛନ୍ତି ।

ଆଗକୁ କଣ୍ଠଶିଳ୍ପୀ ହେବାକୁ ଲକ୍ଷ୍ୟ ରଖିଥିବା ସମସ୍ତ କଳାକାରଙ୍କୁ ନିଜସ୍ୱ ଷ୍ଟାଇଲ ଓ ଅରିଜିନାଲ ହେବା ପାଇଁ ଲତା ଉପଦେଶ ଦେଇଛନ୍ତି । ସେ ଏଥିପାଇଁ ନିଜର ଭଉଣୀ ଆଶା ଭୋସଲେଙ୍କର ଉଦାହରଣ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.