Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

‘ମତେ ନେବା ପାଇଁ ଆସିଯାଅ’, ୪୨ ସେକେଣ୍ଡ ପରେ କଟିଗଲା କଲ୍, ୨୦୦ କିମି ଚାଲି ପ୍ରାଣ ହରାଇଥିବା ଯୁବକଙ୍କ ଶେଷ ଶବ୍ଦ

30/03/2020 at 1:28 PM

ନୂଆଦିଲ୍ଲୀ, ୩୦|୦୩:   ଲକଡାଉନ ସମୟରେ ଜଣେ ୩୮ ବର୍ଷ ବୟସ୍କ ଯୁବକ କାମ ନପାଇବାରୁ ଦିଲ୍ଲୀରୁ ନିଜ ଗ୍ରାମକୁ ପାଦରେ ଚାଲିଚାଲି ଯିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ୨୦୦ କିମି ଯିବା ପରେ ସେ ଆଗ୍ରାରେ ହୃଦଘାତରେ ପ୍ରାଣ ହରାଇଥିଲେ ।

ରଣବୀର ସିଂ ନାମକ ଏହି ଯୁବକଜଣଙ୍କ ଦିଲ୍ଲୀର କୌଣସି ଏକ ହୋଟେଲରେ କାମ କରୁଥିଲେ । ଲକଡାଉନ ପାଇଁ ହୋଟେଲ ବନ୍ଦ ହେବାରୁ ସେ ରୋଜଗାର ହରାଇଥିଲେ । ଯାନବାହାନ ଚଳାଚଳ ବନ୍ଦ ଥିବାରୁ ସେ ଚାଲିଚାଲି ନିଜ ଗ୍ରାମ ଅଭିମୁଖେ ଯାତ୍ରା କରିଥିଲେ । ତେବେ ପ୍ରାଣ ହରାଇବା ପୂର୍ବରୁ ରଣବୀର ଶେଷ ଥର ପାଇଁ ନିଜ ଘରକୁ ଫୋନ କରିଥିଲେ । ଯାହାର ଅଡିଓ କ୍ଲିପ ତାଙ୍କ ପତ୍ନୀ ଗଣମାଧ୍ୟମକୁ ଦେଇଛନ୍ତି । ଯାହାକୁ ଶୁଣିଲେ ଆଖିରୁ ଲୁହ ଚାଲି ଆସିବ ।

ଗତ ୨୨ ତାରିଖରେ ପତ୍ନୀ ମମତା ରଣବୀରଙ୍କୁ ନିଜ ଘର ମଧ୍ୟପ୍ରଦେଶର ବଦଫାରା ଫେରି ଆସିବାକୁ କହିଥିଲେ । ତାଙ୍କ ଗ୍ରାମର ଦିଲ୍ଲୀରେ କାମ କରୁଥିବା ଅନ୍ୟ ୨ ଯୁବକ ଫେରି ଆସିଥିଲେ । ସେହିଦିନ ଦିନ ୨ଟାରେ ରଣବୀର ତାଙ୍କ ଝିଅ ଦୀପାଙ୍କୁ ଯାନବାହାନ ନଥିବାରୁ ଘରକୁ ଚାଲିଚାଲି ଆସୁଥିବା କହିଥିଲେ । ତା ପରଦିନ ଝିଆରୀ ପିଙ୍କି ତାଙ୍କୁ ଫୋନ କରିଥିଲେ ।  ସେ ସିକନ୍ଦରା ରୋଡରେ ପହଁଚି ସାରିଥିବା କହିଥିଲେ । ଏହା କହିବା ପରେ ଆଉ କିଛି ଶୁଭି ନଥିଲା । ଏପରିକି ନିଶ୍ୱାସ ନେବାର ଶବ୍ଦବି ପିଙ୍କି ଶୁଣିପାରି ନଥିଲେ । କିଛି ସମୟ ଅଟକି ଛାତିରେ ଯନ୍ତ୍ରଣା ଅନୁଭବ ହେଉଥିବା କହି ଫୋନ ରଖିଦେଇଥିଲେ । ଏହାପରେ ୫ଟା ୩୦ରେ ତାଙ୍କ ଶାଳକ ରଣବୀରଙ୍କୁ ଫୋନ କରିଥିଲେ । ମାତ୍ର ୪୨ ସେକେଣ୍ଡ ପରେ ଫୋନ କଟିଯାଇଥିଲା । ଏହି ବାର୍ତ୍ତାଳାପରେ ରଣବୀର ନେବାକୁ ଆସିପାରିବେ ଭଲ ହେବ ବୋଲି କହିଥିଲେ । ଏହାପରେ ଗ୍ରାମର ଦୁଇଜଣ ବ୍ୟକ୍ତି ଜଣେ ଡାକ୍ତରଙ୍କ ସହାୟତାରେ ଆଗ୍ରା ଅଭିମୁଖେ ଯାତ୍ରା କରିଥିଲେ । କିନ୍ତୁ ବିଳମ୍ବ ହୋଇ ଯାଇଥିଲା । ଆଗ୍ରା ହସ୍ପିଟାଲରେ ରଣବୀରଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଉଭୟ ମୃତଦେହ ସହ ଗ୍ରାମକୁ ଫେରିଥିଲେ ।

ରଣବୀର ତାଙ୍କ ପରିବାରର ଏକମାତ୍ର ରୋଜଗାର ସମ୍ପନ୍ନ ବ୍ୟକ୍ତି ଥିଲେ । ତାଙ୍କ ସାନ ଝିଅ ପୋଲିଓରେ ଆକ୍ରାନ୍ତ । ତେବେ ରଣବୀରଙ୍କ ମୃତ୍ୟୁପରେ ତାଙ୍କ ପରିବାର ଭାଙ୍ଗିପଡିଛି ।

   Related Posts