Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ସଟ୍ ଡାଉନ୍‌ର ଶେଷ ସପ୍ତାହ : ୧୧ ଜିଲ୍ଲାରେ ୪୮ ଘଣ୍ଟିଆ କଟକଣା

27/06/2020 at 9:23 AM

ଭୁବନେଶ୍ବର ୨୭।୬: ସଟ୍ ଡାଉନ୍‌ର ଶେଷ ସପ୍ତାହ । ଆଜି ସକାଳ ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟ୍ ଡାଉନ୍ ବଳବତ୍ତର ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସବୁ ବନ୍ଦ ରଖାଯାଉଛି । ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ବଲାଙ୍ଗୀର ଜିଲ୍ଲାରେ ସଂପୂର୍ଣ୍ଣ ସଟ୍ ଡାଉନ୍ ହେଉଛି ।

ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ଦୁଇ ଦିନ ସଟ୍ ଡାଉନ୍ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପୂର୍ବ ସପ୍ତାହ ଭଳି ସଟ୍ ଡାଉନ୍ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କେବଳ ଅତ୍ୟାବଶ୍ୟକ କ୍ଷେତ୍ରରେ ଯାତାୟତ କରିପାରିବା ପାଇଁ ସାଧାରଣ ଲୋକଙ୍କୁ ଅନୁମତି ମିଳିଛି ।

ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଅନାବଶ୍ୟକ ଯାତାୟତ ଉପରେ ରୋକ୍ ଲଗାଇଛି । ସଟ୍ ଡାଉନ୍ ଯୋଗୁଁ ରାଜଧାନୀ ଭୁବନେଶ୍ବର ରାସ୍ତା ଘାଟ ଖାଁ ଖାଁ । କମିସନରେଟ୍ ପୋଲିସ ପକ୍ଷରୁ ସହରରେ ସବୁ ଛକରେ ବ୍ୟାରିକେଡିଂ କରାଯାଇ ଚେକିଂ ବ୍ଲକିଂ ଜାରି ରହିଛି । ପୋଲିସ କମିଶନର ଓ ଭୁବନେଶ୍ବର ଡିସିପିଙ୍କ ତତ୍ତ୍ବାବଧାନରେ ସଟ୍ ଡାଉନ୍ ମନିଟରିଂ ହେଉଛି ।

   Related Posts