ସେଲ୍ଫି ନେବାବେଳେ କେମିତି ପାଣିରେ ଖସିପଡିଥିଲେ ଅନ୍ନପୂର୍ଣ୍ଣା ପ୍ରଜାପତି… ଭାଇରାଲ୍ ହେଉଛି ଭିଡିଓ
11/01/2021 at 3:48 PM

ସୁନ୍ଦରଗଡ ୧୧।୧: ସୁନ୍ଦରଗଡ ତଲସରା ଇବ୍ ନଦୀରେ ବୁଡି ଯୁବତୀଙ୍କ ମୃତ୍ୟୁ ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ଯୁବତୀ ଜଣଙ୍କ ସେଲ୍ଫି ନେଉଥିବା ବେଳେ କେମିତି ପାଣି ଭିତରକୁ ଖସି ପଡିଥିଲେ ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ ରବିବାର ଦିନ ଭୋଜି କରିବାକୁ ଆସିଥିଲେ ରାଜଗାଙ୍ଗପୁରର ଅନ୍ନପୂର୍ଣ୍ଣା ପ୍ରଜାପତି । ତଲସରା ଥାନା ଅନ୍ତର୍ଗତ ଇବ୍ ନଦୀର କନାକୁଣ୍ଡରେ ଭୋଜି କରୁଥିଲେ ଅନ୍ନପୂର୍ଣ୍ଣା । ତେବେ ସାଙ୍ଗମାନଙ୍କ ସହିତ ସେଲଫି ନେଉଥିବା ବେଳେ ଗୋଡ଼ ଖସି ଯାଇଥିଲା । ଯାହା ଫଳରେ ଯୁବତୀ ପାଣିରେ ପଡିଯାଇଥିଲେ ।

ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ଅନ୍ନପୂର୍ଣ୍ଣାଙ୍କ ପାଖକୁ ଆସୁଥିବା ବେଳେ ତାଙ୍କ ହାତ ବାଜି ସେ ପାଣି ସୁଅରେ ଭାସି ଯାଇଥିଲେ । ଦୀର୍ଘ ୨୨ଘଣ୍ଟା ପରେ ଅର୍ଥାତ୍ ୪ ତାରିଖରେ ଅଗ୍ନିଶମ ବିଭାଗ ଓ ପୋଲିସ ଖୋଜାଖୋଜି କରି ନିକଟସ୍ଥ ସାତଘରରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲେ ।