ଚଳିତ ବର୍ଷର ଶେଷ ଓ ବିରଳ ସୂର୍ଯ୍ୟ ପରାଗ, କ'ଣ ରହିଛି ବିଶେଷତ୍ବ?

Published By : Prameya-News7 Bureau | December 25, 2019 IST

ଆସନ୍ତାକାଲି ବର୍ଷର ଶେଷ ସୂର୍ଯ୍ୟପରାଗ । ଓଡ଼ିଶାକୁ ଆଂଶିକ ଦୃଶ୍ୟମାନ ହେଉଥିବାରୁ ଏହି ସୂର୍ଯ୍ୟ ପରାଗକୁ ନେଇ ସାରା ରାଜ୍ୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦେବନୀତି ପାଳନ କରାଯିବ ।ଏହା ଏକ ବିରଳ ସୂର୍ଯ୍ୟପରାଗ ହୋଇଥିବାରୁ ଜ୍ୟୋତିର୍ବିଦ୍‌ ମାନେ ଏହାର ପାଳନ ବିଧିକୁ ବେଶ ଗୁରୁତ୍ବ ଦେଇଛନ୍ତି ।ସୂର୍ଯ୍ୟପରାଗ ଦେଖିବା ପାଇଁ ଭୁବନେଶ୍ବର ପ୍ଲାନେଟାରିୟମ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି ।

{"id":202578,"sizeSlug":"large"}

ଆରମ୍ଭ ହୋଇଯାଇଛି ଅବଗଣନା ।ଆସନ୍ତାକାଲି ସୂର୍ଯ୍ୟପରାଗ ।ସକାଳ ୮ଟା ୨୦ ମିନିଟ୍‌ ୮ ସେକେଣ୍ଡରେ ବର୍ଷ ତଥା ଦଶନ୍ଧିର ଶେଷ ସୂର୍ଯ୍ୟ ପରାଗ ସ୍ପର୍ଶ କରିବ । ୧୧ଟା ୨୯ ମିନିଟ୍‌ ୧୦ ସେକେଣ୍ଡରେ ସର୍ବମୋକ୍ଷ ହେବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ସୂର୍ଯ୍ୟ ପରାଗର ୧୨ ଘଣ୍ଟା ପୂର୍ବରୁ ଆଜି ରାତି ୮ଟା ୨୦ରେ ପାକତ୍ୟାଗ ଓ ଦେବନୀତି ନିଷେଧ ହେବ । ସୂର୍ଯ୍ୟପରାଗ ପାଇଁ ଆଜି ମହାପ୍ରଭୁଙ୍କର ପହୁଡ଼ ହେବନାହିଁ ।ଆଜି ବଡ଼ଦିନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭିଡ଼ ଜମାଇଥିବା ବେଳେ ରାତି ସାରା ଭକ୍ତ ମାନେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ।

{"id":202579,"sizeSlug":"large"}

ସୂର୍ଯ୍ୟପରାଗ ନୀତି ଶୃଙ୍ଖଳାର ସହ କରିବା ପାଇଁ ସେବାୟତମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜ୍ୟୋତିଷ ଶାସ୍ତ୍ର ଓ ଗ୍ରହ ନକ୍ଷତ୍ର ଗଣନାକୁ ନେଇ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ନିର୍ଘଣ୍ଟ ହୋଇଥାଏ ।ଜ୍ୟୋତିଷ ଶାସ୍ତ୍ର ଓ ଗ୍ରହ ନକ୍ଷତ୍ର ଗଣନାକୁ ନେଇ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ନିର୍ଘଣ୍ଟ ହୋଇଥାଏ । ବୈଜ୍ଞାନିକ କାରଣ ଓ ଜ୍ୟୋତିଷ ଶାସ୍ତ୍ର ରହିଥିବାରୁ ସୂର୍ଯ୍ୟପରାଗ ବିଧିକୁ ପାଳନ କରିବା ଆବଶ୍ୟକ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି ।

{"id":202580,"sizeSlug":"large"}

ଏହି ସୂର୍ଯ୍ୟପରାଗ ପ୍ରଥମେ ଆରବ ଦେଶ କାତାର, ୟୁଏଇ ଓ ଓମାନରେ ଦେଖାଯିବ ।ଭାରତରେ ପ୍ରଥମେ କେରଳର ଚେରୁଭାତୁର ନାମକ ସ୍ଥାନରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ।ବିଭିନ୍ନ ସ୍ଥାନରେ ସୂର୍ଯ୍ୟପରାଗ ଦେଖାଯିବାର ଭିନ୍ନ ଭିନ୍ନ ସମୟ ରହିଛି ।ଭୁବନେଶ୍ବରରେ ୮ଟା ୧୯ ମିନିଟ୍ ୪୮ ସେକେଣ୍ଡରେ ପରାଗ ଦେଖାଯିବା ଆରମ୍ଭ ହେବ ।

{"id":202581,"sizeSlug":"large"}

୯ଟା ୪୬ ମିନିଟ୍‌ ୭ ସେକେଣ୍ଡରେ ପରାଗ ସବୁଠାରୁ ଭଲ ଭାବେ ଦେଖାଯିବ। ୧୧ଟା ୨୮ ମିନିଟ୍‌ ୩୮ ସେକେଣ୍ଡରେ ଭୁବନେଶ୍ବରରେ ପରାଗ ଶେଷ ହେବ ।ଏଥିପାଇଁ ଭୁବନେଶ୍ବର ପଠାଣି ସମାନ୍ତ ପ୍ଲାନେଟାରିୟମ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଟେଲିସ୍କୋପ୍‌ ମାଧ୍ୟମରେ ଏକାଥରେ ଶତାଧିକ ଲୋକ ଗ୍ୟାଲେରୀରେ ବସି ସୂର୍ଯ୍ୟପରାଗ ଦେଖିପାରିବେ। ସିଧାସଳଖ ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବାକୁ ମନା ।

{"id":202582,"sizeSlug":"large"}

ତେଣୁ ଟେଲିସ୍କୋପରୁ ସୃଷ୍ଟି ହେଉଥିବା ପ୍ରତିବିମ୍ବକୁ ସମସ୍ତେ ଦେଖି ପାରିବା ଭଳି ବନ୍ଦୋବସ୍ତ କରାଯାଇଛି। ଦର୍ଶକଙ୍କ ପାଇଁ ମାଇଲାର ସିଟ୍‌ ମଧ୍ୟ ରଖାଯାଇଛି। ଏଥିରେ ଏକକାଳୀନ ୫୦ ଜଣ ଲୋକ ଦେଖିପାରିବେ। ସେହିପରି ସୋଲାର ସ୍ପେକ୍ ମାଧ୍ୟମରେ ସମସ୍ତେ ସୂର୍ଯ୍ୟପରାଗ ଦେଖିପାରିବେ । ଏହି ସୋଲାର ସ୍ପେକ୍ କିଣିବାକୁ ପଡ଼ିବ । ପ୍ଲାନେଟାରିୟମ ବ୍ୟତୀତ ଭୁବନେଶ୍ବରର ଇନଷ୍ଟିଚ୍ୟୁଟ୍‌ ଅଫ୍ ଫିଜିକ୍ସ ଏବଂ ବିଜେବି କଲେଜରେ ମଧ୍ୟ ସୂର୍ଯ୍ୟପରାଗ ଦେଖିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୂର୍ଯ୍ୟପରାଗ ଦୃଷ୍ଟିରୁ ରାଜ୍ୟ ସରକାର ଆସନ୍ତାକାଲି ସମସ୍ତ ସ୍କୁଲ କଲେଜ ଓ ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା କରିଛନ୍ତି ।

ଏହି ମହାଜାଗତିକ ଦୃଶ୍ୟ ସମଗ୍ର ଓଡ଼ିଶାରେ ଆଂଶିକ ଭାବେ ଦେଖାଯିବ। ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବ। ଏହି ସମୟରେ ସୂର୍ଯ୍ୟଙ୍କ ପ୍ରାୟ ୫୫ ରୁ ୬୫ ପ୍ରତିଶତ ଅଂଶ ଆଚ୍ଛାଦିତ ହେବ। ଯାହା କି ବିରଳ ବୋଲି କୁହାଯାଉ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.