ବର୍ଷର ଶେଷ ସୂର୍ଯ୍ୟପରାଗ – ଆସନ୍ତା ଡିସେମ୍ବର ୨୬ ତାରିଖରେ ଓଡ଼ିଶାରେ ଆଂଶିକ ଓ ଦକ୍ଷିଣ ଭାରତରେ ସଂପୂର୍ଣ୍ଣ ପରାଗ ଦୃଶ୍ୟମାନ ହେବ
14/12/2019 at 4:25 PM

ଭୁବନେଶ୍ୱର ୧୪। ୧୨ – ଡିସେମ୍ବର ୨୬ ରେ ହେବ ବର୍ଷର ଶେଷ ସୂଯ୍ୟ ପରାଗ । ୧୦ ବର୍ଷ ପରେ ସୂର୍ଯ୍ୟ ପରାଗ ପୁଣି ଥରେ ଓଡିଶାରେ ଦେଖିବାକୁ ମିଳିବ । ୫୦ ରୁ ୬୦ ପ୍ରତିଶତ ପରାଗ ଓଡ଼ିଶାରେ ଦୃଶ୍ୟମାନେ ହେବ । ଏହା ବିଶେଷ କରି ଦକ୍ଷିଣ ଭାରତରେ ସଂପୂର୍ଣ୍ଣଭାବେ ରେ ଦୃଶ୍ୟମାନ ହେବ । ୨୬ ସକାଳ ୮.୨୦ ମିନିଟ ରେ ପରାଗ ସ୍ପର୍ଶ ଆରମ୍ଭ ହେ।ଇ ପ୍ରାୟ ୧୧ ସମୟ ରେ ସର୍ବ ମେ।କ୍ଷ ହେବ ।ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଦେଖିବା ପାଇଁ ଚଳିତ ବର୍ଷ ଭୁବନେଶ୍ବର ପଠାଣି ସାମନ୍ତ ପ୍ଳାନେଟୋରିୟମ ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସୂର୍ଯ୍ ପରାଗ ସମୟରେ ବିଭିନ୍ନ ପ୍ରକାରର ବିକିରଣ ହେଉଥିବାରୁ ଏହାକୁ ଖାଲି ଆଖିରେ ଦେଖିବା ଅନୁଚିତ୍ । ଏଥିପାଇଁ ଥିବା ସ୍ୱତନ୍ତ୍ର ପ୍ରକ୍ରିୟାରେ ପରାଗକୁ ଦେଖିବା ଉଚିତ୍ । ନହେଲେ ଆକି ଖରାପ ହେବାର ସମ୍ଭାବନା ଅଧିକ ।

୨୫ ତାରିଖ ରାତି ୮ଟା ୧୫ ମିନିଟରୁ ପର ଦିନ ୨୬ ତାରିଖ ଦିନ ୧୧ଟା ୨୬ ପର୍ଯ୍ୟନ୍ତ ଦେବ ନୀତି ନିଷେଧ ।