Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବର୍ଷର ଶେଷ ସୂର୍ଯ୍ୟ ପରାଗରେ ଦେଖା ଗଲା ‘ରିଙ୍ଗ ଅଫ୍‌ ଫାୟାର’

26/12/2019 at 10:34 AM

ନୂଆଦିଲ୍ଲୀ ୨୬।୧୨ – ଡିସେମ୍ବାର ୨୬ ତାରିଖରେ ବର୍ଷର ଶେଷ ସୂର୍ଯ୍ୟ ପରାଗ । ଭାରତରେ ଆଂଶିକଭାବେ ଏହା ଦେଖା ଦେଇଥିବା ବେଳେ , ଅନେକ ସ୍ଥାନରେ ସୂର୍ଯ୍ୟ ପରାଗର ଅନେକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଚଳିତ ଥର ଚନ୍ଦ୍ରର ଛାୟ ସମ୍ପୂର୍ଣ୍ଣ ଭାବେ ସୂର୍ଯ୍ୟକୁ ଢାଙ୍କି ପାରି ନାହିଁ । ମାତ୍ର ଏଥିର ଅନେକ ବିରଳ ଦୃଶ୍ୟ ଦେଖା ଦେଇଛି । ବାରତର ଅନେକ ସ୍ଥାନରେ ରିଙ୍ଗ ଅଫ୍‌ ଫାୟର ଦେଖାଦେଇଛି ।

ସକାଳ ୮ଟା ୨୦ ମିନିଟ୍‌ ୮ ସେକେଣ୍ଡରେ ବର୍ଷ ତଥା ଦଶନ୍ଧିର ଶେଷ ସୂର୍ଯ୍ୟ ପରାଗ ସ୍ପର୍ଶ କରିଥିଲା । ୧୧ଟା ୨୯ ମିନିଟ୍‌ ୧୦ ସେକେଣ୍ଡରେ ସର୍ବମୋକ୍ଷ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀର୍ଘଣ୍ଟ ପ୍ରସ୍ତୁତ କରାଯାଇଥିଲା । ସୂର୍ଯ୍ୟ ପରାଗର ୧୨ ଘଣ୍ଟା ପୂର୍ବରୁ ରାତି ୮ଟା ୨୦ରେ ପାକତ୍ୟାଗ ଓ ଦେବନୀତି ନିଷେଧ ହୋଇଥିଲା ।

ସୂର୍ଯ୍ୟପରାଗ ପାଇଁ ମହାପ୍ରଭୁଙ୍କର ପହୁଡ଼ ହୋଇ ନଥିଲା । ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜୀଉମାନଙ୍କର ଦର୍ଶନ କରିଥିଲେ ।

ବିଭିନ୍ନ ସାଇନସ୍‌ ଅର୍ଗାନାଇଜେସନ୍‌ ପକ୍ଷରୁ ଏହାର ଲାଇଭ୍‌ ଟେଲିକାଷ୍ଟି ଓ ଭିଡିଓ ଷ୍ଟ୍ରିମିଂ କରାଯାଉଥିଲା । ପର୍ଯ୍ୟାୟ କ୍ରମେ ଏହି ସୂର୍ଯ୍ୟପରାଗ ହୋଇଛି । ପ୍ରଥମେ ପରାଗ ସ୍ପର୍ଶ ହୋଇଥିବା ବେଲେ ଶେଷରେ ପରାଗ ମୋକ୍ଷ ହୋଇଛି ।
ସୂର୍ଯ୍ୟ ପରାଗ ଏକ ଛାଇ ଆଲୁଅର ଖେଳ ।

ଅମାବାସ୍ୟା ତିଥିରେ ସୂର୍ଯ୍ୟ ପୃଥିବୀ ଓ ଚନ୍ଦ୍ର ଗୋଟିଏ ସରଳ ରେଖାରେ ରୁହନ୍ତୁ । ସୂର୍ଯ୍ୟ ଆଗରେ ରହିବା ଯୋଗୁଁ ଚନ୍ଦ୍ରଙ୍କ ଛାଇ ପୃଥିବୀ ଉପରେ ପଡିଥାଏ । ଏଥିଯୋଗୁଁ ସେହିସ୍ଥାନରେ ସୂର୍ଯ୍ୟ ଦେଖାଯାଇ ନଥାନ୍ତି । ଏହି ଛାଇ ଆଲୁଅର ଖେଳ ଯୋଗୁଁ ଚନ୍ଦ୍ର ଗ୍ରହଣ ବି ହୋଇଥାଏ । ଚଳିତ ସୂର୍ଯ୍ୟ ପରାଗ ଭାରତ ସହ ସିଙ୍ଗାପୁର, କୁଏତ୍‌, ଓମାନ ପ୍ରଭୃତି ଦେଖରେ ଦେଖା ଦେଇଛି ।

   Related Posts