Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଡିସେମ୍ବର୨୬ ତାରିଖରେ ଶେଷ ସୂର୍ଯ୍ୟ ଗ୍ରହଣ ଏହି ରାଶି ଜାତକଙ୍କ ପାଇଁ ହୋଇପାରେ ଅଶୁଭ..

24/11/2019 at 8:21 PM

୨୦୧୯ ମସିହା ଡିସେମ୍ବର ୨୬ ତାରିଖରେ ଚଳିତ ବର୍ଷର ଅନ୍ତିମ ସୂର୍ଯ୍ୟ ଗ୍ରହଣ ହେବ। ଏହି ସୂର୍ଯ୍ୟ ଗ୍ରହଣରେ ସୂର୍ଯ୍ୟ, ଚନ୍ଦ୍ର ଓ ଜ୍ଞାନ, ପ୍ରଗତି ଏବଂ ସନ୍ତାନର କାରକ ଗ୍ରହ ଗୁରୁ ବୃହସ୍ପତି ଗୋଟିଏ ରେଖାରେ ଅବସ୍ଥିତ ରହିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିବ ବର୍ଷର ଶେଷ ସୂର୍ଯ୍ୟଗ୍ରହଣର ପ୍ରଭାବ କିଛି ରାଶି ଉପରେ ଭଲ ରହିବ।ତେବେ ସୂର୍ଯ୍ୟ ଗ୍ରହଣ ପ୍ରଭାବରେ ରାଶିଚକ୍ରର ତିନି ରାଶି କର୍କଟ, ଧନୁ ଓ କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ଶୁଭ ରହିଛି। କିନ୍ତୁ ସୂର୍ଯ୍ୟ ଗ୍ରହଣର ପ୍ରଭାବ ଏହି ଚାରୋଟି ରାଶି ଉପରେ ସର୍ବାଧିକ ରହିବ।

ମେଷ-  ସୂର୍ଯ୍ୟ ଗ୍ରହଣର ପ୍ରଭାବ ମେଷ ରାଶି ଉପରେ ପଡ଼ିବ। ଏହି ରାଶିର ବ୍ୟକ୍ତିମାନେ ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନର ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ପରିବାର ମଧ୍ୟରେ କହଳ ଲାଗି ରହିବ। ଏଥିସହ ଗୃହ ଶତ୍ରୁ ମଧ୍ୟ ବଢ଼ିପାରେ। ଏହି ସମୟରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ନାହିଁ।

ମିଥୁନ- ସୂର୍ଯ୍ୟ ଗ୍ରହଣର ପ୍ରଭାବ ମିଥୁନ ରାଶି ଉପରେ ପଡ଼ିବ। ଆର୍ଥିକ ଅନଟନ ଲାଗି ରହିବା ସହ କିଛି ବି ସମସ୍ୟା ଆସିବା ପୂର୍ବରୁ ସୂଚନା ମିଳିବ ନାହିଁ। ଏହି ରାଶିର ବ୍ୟକ୍ତିଙ୍କ ନିଷ୍ପତ୍ତି ଭୁଲ ରହିବ। ତେଣୁ ତରବରିଆ କୌଣସି ନିଷ୍ପତ୍ତି ନେବେ ନାହିଁ।

ତୁଳା- ସୂର୍ଯ୍ୟ ଗ୍ରହଣର ପ୍ରଭାବ ଏହି ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିବ। ଏଥିସହ ସାଙ୍ଗ, ସାଥୀ ଓ ସଂପର୍କୀୟଙ୍କ ସହ ଭୁଲ ବୁଝାମଣା ହୋଇପାରେ। ଏହି ରାଶିର ବ୍ୟକ୍ତିମାନେ ଏହି ସମୟରେ ନିଜ ଜିଭକୁ ଲଗାମ୍‌ ଦେବା ଉଚିତ୍‌। ଶୁଭ କାର୍ଯ୍ୟରେ ମଧ୍ୟ ବାଧାପ୍ରାପ୍ତ ହୋଇପାରେ।

ବିଛା- ସୂର୍ଯ୍ୟ ଗ୍ରହଣ ପ୍ରଭାବରେ ଏହି ରାଶିର ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିବ ନାହିଁ। ଏହି ସମୟରେ ବାହାର ଖଦ୍ୟ ଉପରେ ନିୟନ୍ତ୍ରଣ ରଖିବେ। ଆର୍ଥିକ ଅବସ୍ଥା ଏତେ ଭଲ ରହିବ ନାହିଁ। କୌଣସି ଶୁଭ କାର୍ଯ୍ୟା କଲେ ସେହି କାର୍ଯ୍ୟାରେ ବିଫଳ ହେବେ। ତେଣୁ ସେହି ସମୟଅତିକ୍ରମ କରିବା ପରେ ଶୁଭ କାର୍ଯ୍ୟ କରିବେ।

   Related Posts