Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଆସନ୍ତାକାଲି ବର୍ଷର ଶେଷ ସୂର୍ଯ୍ୟ ପରାଗ: ଜାଣନ୍ତୁ ଆରମ୍ଭ ଓ ଶେଷ ସମୟ

3/12/2021 at 3:29 PM

ଭୁବନେଶ୍ୱର ୦୩/୧୨ : ଆସନ୍ତା କାଲି/ ଡିସେମ୍ବର୪ ତାରିଖରେ ୨୦୨୧ ମସିହାର ଦ୍ୱିତୀୟ ଓ ଶେଷ ସୂର୍ଯ୍ୟ ଗ୍ରହଣ ହେବାକୁ ଯାଉଛି। ଯେତେବେଳେ ଚନ୍ଦ୍ର ସୂର୍ଯ୍ୟ ଓ ପୃଥିବୀ ମଝିରେ ଗତିକରେ ଏବଂ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ରମା ଆସିଥାଏ ସେତେବେଳେ ଚନ୍ଦ୍ରମା ପଛରେ ସୂର୍ଯ୍ୟ କିଛି ସମୟ ପାଇଁ ଦୃଶ୍ୟମାନ ହୁଅନ୍ତିନାହିଁ । ଏହାକୁ ସୂର୍ଯ୍ୟ ଗ୍ରହଣ କୁହାଯାଏ। ସୂର୍ଯ୍ୟ ଗ୍ରହଣକୁ ଅଶୁଭ ଘଟଣା ବୋଲି ମାନାଯାଏ। ଏହି ସମୟରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ। ଏହି ସମୟରେ ମନ୍ଦିରର କବାଟ ମଧ୍ୟ ବନ୍ଦ କରିଦିଆଯାଏ।

ସୂର୍ଯ୍ୟଗ୍ରହଣ ଆରମ୍ଭ ହେବାର ୧୨ ଘଣ୍ଟା ପୂର୍ବରୁ ସୂତକ ସମୟ ଆରମ୍ଭ ହୋଇଥାଏ। ଡିସେମ୍ବର ୪ ତାରିଖରେ ହେବାକୁ ଥିବା ସୂର୍ଯ୍ୟ ଗ୍ରହଣ ଭାରତରେ ଦେଖାଯିବ ନାହିଁ । ସେଥିପାଇଁ ଭାରତରେ ସୂତକ କାଳ ଗ୍ରହଣୀୟ ହେବ ନାହିଁ । ଏବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ଦକ୍ଷିଣ ଆମେରିକା ,ଆଣ୍ଟାର୍କଟିକା, ଅଷ୍ଟ୍ରେଲିଆ, ଆଣ୍ଟାଲାଣ୍ଟିକର ଦକ୍ଷିଣ ଭାଗ ଓ ଆଫ୍ରିକାରେ ଦେଖାହେବ। ସୂର୍ଯ୍ୟଗ୍ରହଣ ଡିସେମ୍ବର ଚାରି ତାରିଖ ସକାଳ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ଣ ୦୩:୦୭ରେ ସରିବ।

   Related Posts