କେଉଁ ଦିନ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ : ଜାଣନ୍ତୁ ପାଳିବେ କେଉଁ ସବୁ ନିୟମ

Published By : Prameya-News7 Bureau | November 21, 2019 IST

୨୦୧୯ର ସୂର୍ଯ୍ୟପରାଗ ଖୁବ୍ ଶୀଘ୍ର ଲାଗିବାକୁ ଯାଉଛି। ଏହି ସୂର୍ଯ୍ୟପରାଗ ଡିସେମ୍ବର ୨୬ତାରିଖରେ ଲାଗିବ। ଏହି ସୂର୍ଯ୍ୟପରାଗ ଚଳିତ ବର୍ଷର ତୃତୀୟ ଏବଂ ଶେଷ ସୂର୍ଯ୍ୟପରାଗ ହେବ। ଏବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଜାନୁୟାରୀ ୬ତାରିଖରେ ଲାଗିଥିଲା। ଦ୍ବିତୀୟ ସୂର୍ଯ୍ୟପରାଗ ଜୁଲାଇ ୨ତାରିଖରେ ଲାଗିଥିଲା। ଡିସେମ୍ବରରେ ଲାଗୁଥିବା ସୂର୍ଯ୍ୟପରାଗ ଖାସ୍ ହେବ।

{"id":187551,"width":585,"height":386,"sizeSlug":"large"}

ଏବର୍ଷର ଶେଷ ସୂର୍ଯ୍ୟପରାଗ ନିଆଁ ଆଙ୍ଗୁଠି ଭଳି ଦେଖାଯିବ। ବୈଜ୍ଞାନିକ ଏହାକୁ ‘ରିଙ୍ଗ ଅଫ ଫାୟର’ ନାଁ ଦେଇଛନ୍ତି।

{"id":187552,"sizeSlug":"large"}

ଏହି ସୂର୍ଯ୍ୟପରାଗରେ କେବଳ ସୂର୍ଯ୍ୟଙ୍କ ମଧ୍ୟଭାଗ ହିଁ ଛାୟା କ୍ଷେତ୍ରରେ ଆସିଥିବାବେଳେ ସୂର୍ଯ୍ୟଙ୍କ ବାହାର କ୍ଷେତ୍ର ପ୍ରକାଶିତ ରହିଥାଏ।

{"id":187553,"sizeSlug":"large"}

ଏବର୍ଷର ତୃତୀୟ ସୂର୍ଯ୍ୟପରାଗକୁ ବୈଜ୍ଞାନିକ ବଳୟାକାର ଗ୍ରହଣ ବୋଲି କହିଛନ୍ତି। ବଳୟାକାର ଗ୍ରହଣରେ ସୂର୍ଯ୍ୟଙ୍କଠାରେ ପୂରାପୂରି ଗ୍ରହଣ ଲାଗିନଥାଏ।

{"id":187554,"sizeSlug":"large"}

 ଏବର୍ଷର ଶେଷ ସୂର୍ଯ୍ୟପରାଗ ଭାରତ, ସାଉଦିଆରବ, କତର, ଇଣ୍ଡୋନେସିଆ, ଶ୍ରୀଲଙ୍କା, ସୁମାତ୍ରା, ମାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର ଏବଂ ଗୁଆମରେ ନଜର ଆସିବ। ଏହା ବ୍ୟତୀତ ଏସିଆ,ଅଷ୍ଟେଲିଆ ଏବଂ ଆଫ୍ରିକାର ଅନ୍ୟ ଅଞ୍ଚଳରେ ଏହା ଆଂଶିକ ଗ୍ରହଣ ଭଳି ଦେଖାଯିବ।

{"id":187555,"sizeSlug":"large"}

ବର୍ଷର ଶେଷ ସୂର୍ଯ୍ୟପରାଗ ସୂତକ କାଳ ଡିସେମ୍ବର ୨୫ତାରିଖ ୫;୩୨ମିନିଟରେ ଆରମ୍ଭ ହୋଇଯିବ। ଗ୍ରହଣ ଲାଗିବା ପରଠାରୁ କୌଣସି ଶୁଭ କାର୍ଯ୍ୟ କରାଯାଇନଥାଏ। ଗ୍ରହଣ ଲାଗିବା ପରେ ମନ୍ଦିରର ପହଡ଼ ଦିଆଯାଇଥାଏ।

{"id":187556,"sizeSlug":"large"}

ସକାଳେ ମଧ୍ୟ କୌଣସି ଧାର୍ମିକ ଅନୁଷ୍ଠାନ କରାଯାଇନଥାଏ। ସୂର୍ଯ୍ୟପରାଗ ଡିସେମ୍ବର ୨୬ତାରିଖ ସନ୍ଧ୍ୟା ୭:୫୩ରେ ଆରମ୍ଭ ହୋଇ ରାତି ୧:୩୫ଯାଏଁ ଚାଲିବ।

{"id":187557,"sizeSlug":"large"}

ସୂର୍ଯ୍ୟପରାଗ ସମୟରେ କୌଣସି ଗର୍ଭବତୀ ମହିଳାଙ୍କୁ ବାହାରକୁ ବାହାରିବା ଅନୁଚିତ୍।

{"id":187558,"sizeSlug":"large"}

ଯେଉଁଠାରେ ସୂର୍ଯ୍ୟପରାଗ ଭଲଭାବେ ନଜର ଆସିଥାଏ ସେଠାରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ।

{"id":187559,"sizeSlug":"large"}

ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟଙ୍କଠୁ ହାନିକାରକ କିରଣ ବାହାରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.