ବସନ୍ତ ପଞ୍ଚମୀରେ ପ୍ରୟାଗରାଜରେ ଶାହି ସ୍ନାନ ; ସଗଂମ ସ୍ଥଳରେ ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ

Published By : Prameya-News7 Bureau | February 10, 2019 IST

ପ୍ରୟାଗରାଜରେ ୧୦|୨:  ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ଭିଡ । ଆଜି କୁମ୍ଭ ମେଳାରେ ବସନ୍ତ ପଞ୍ଚମୀରେ ତୃତୀୟ ଶାହି ସ୍ନାନ । ଏହି ଅବସରରେ ସଙ୍ଗମରେ ୨ କୋଟି ଶ୍ରଦ୍ଧାଳୁ ବୁଡ ପକାଇବା ସମ୍ଭାବନା ରହିଛି । ଏହା କୁମ୍ଭ ମେଳା ଅବସରରେ ପ୍ରୟାଗରାଜରେ ଶେଷ ଶାହି ସ୍ନାନ । ବିଶ୍ବାସ ରହିଛି ଆଜି ସଂଗମସ୍ଥଳୀରେ ବୁଡ ପକାଇଲେ ଗଙ୍ଗା, ଯମୁନା, ସରସ୍ବତୀ ନଦୀର ପୁଣ୍ୟ ଆଶୀର୍ବାଦ ପ୍ରାପ୍ତି ହୁଏ । ସେଥିପାଇଁ ଆଜି ଦିନର ମହତ୍ବ ରହିଛି ।

{"id":83813}

ଏହି ପବିତ୍ର ତିଥିକୁ ହାତଛଡା ନକରିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରୟାଗରାଜ ପହଞ୍ଚିବାରେ ଲାଗିଛନ୍ତି ଏବଂ ବୁଡ ପକାଉଛନ୍ତି । ଶହ ଶହ ବିଦେଶୀ ମଧ୍ୟ କୁମ୍ଭ ମେଳାରେ ସାମିଲ ହୋଇ ପ୍ରୟାଗରାଜରେ ସ୍ନାନ କରୁଛନ୍ତି । ଜାନୁଆରୀ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା କୁମ୍ଭ ମେଳା ମାର୍ଚ୍ଚ ୪ ତାରିଖ ମହା ଶିବରାତ୍ରୀରେ ଶେଷ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.