ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଶେଷବର୍ଷ ପରୀକ୍ଷା କାର୍ଯ୍ୟସୂଚୀ ଜାରି
10/09/2020 at 9:57 PM

Image Courtesy : educationiconnect
ଭୁବନେଶ୍ବର ୧୦।୯: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଶେଷ ବର୍ଷ ପରୀକ୍ଷା କାର୍ଯ୍ୟସୂଚୀ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ଷଷ୍ଠ ସେମିଷ୍ଟାର ୟୁଜି ପରୀକ୍ଷା ଏବଂ ଚତୁର୍ଥ ସେମିଷ୍ଟାର ପିଜି ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି ।
ପ୍ରକାଶିତ କାର୍ଯ୍ୟସୂଚୀ ଅନୁସାରେ ୨୧ ସେପ୍ଟେମ୍ବର ମଙ୍ଗଳବାର କଳା ଓ ବିଜ୍ଞାନର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ୨ଟି ସିଟିଂରେ କଳା, ବିଜ୍ଞାନ ଓ ବାଣିଜ୍ୟର ଥିଓରି ପରୀକ୍ଷା ହେବ।
ଦୁଇଟି ସିଟିଂ ରେ ହେବାକୁ ଥିବା ପରୀକ୍ଷା ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ଦ୍ବିତୀୟ ସିଟିଂ ଅନୁଷ୍ଠିତ ହେବ। ଅନଲାଇନ୍ ପରୀକ୍ଷା ସହ ଅଫଲାଇନରେ ମଧ୍ୟ ପରୀକ୍ଷା ଦେଇ ହେବ।
Related Posts
ଚଣ୍ଡିଖୋଲ: ରମ୍ଭାଦେଇପୁର ଘାଇ ପରିଦର୍ଶନ କଲେ ଭିଜିଲାନ୍ସ ଟିମ୍
22 January 2021