ସହିଦଙ୍କ ଶେଷକୃତ୍ୟରେ ସାମିଲ ହେଲେ କେନ୍ଦ୍ର ଓ ରାଜ୍ୟମନ୍ତ୍ରୀ, ରତନପୁର ଓ ନାଉଗାଁ ଲୋକାରଣ୍ୟ

Published By : Prameya-News7 Bureau | February 16, 2019 IST

ଭୁବନେଶ୍ବର୧୬|୨: ଭୁବନେଶ୍ବର ବିମାନ ବନ୍ଦରରେ ଗାର୍ଡ଼ ଅଫ ଅନର ଦିଆଯିବା ପରେ ନିଜ ନିଜ ଜନ୍ମମାଟି ଅଭିମୁଖେ ବାହାରିଥିଲା ଦୁଇ ସହିଦଙ୍କ ଶବାଧାର । ସହିଦ ସିଆରପିଏଫ ଯବାନ ପ୍ରସନ୍ନ କୁମାର ସାହୁଙ୍କ ପାର୍ଥିବ ଶରୀର ତାଙ୍କ ଗାଁ ଜଗତସିଂହପୁର ନାଉଗାଁ ଏବଂ ସହିଦ ଯବାନ ମନୋଜ ବେହେରାଙ୍କ ମର ଶରୀରକୁ ନିଆଳି ରତନପୁର ଗାଁକୁ ନିଆଯାଇଥିଲା । ଶୋକାକୂଳ ପରିବେଶ ଭିତରେ ଦୁଇ ସହିଦଙ୍କ ଶେଷକୃତ୍ୟ କରାଯାଉଛି ।

{"id":85862,"width":601,"height":331}

ଦେଶ ମାତୃକାର ସେବାରେ ନିଜକୁ ନି​‌ୟୋଜିତ କରିଥିବା ବୀର ଯବାନ ପାଇଁ ସହିଦ ହେବା ସର୍ବୋଚ୍ଚ ସମ୍ମାନ । ଯେଉଁଥି ପାଇଁ ଏ ଦେଶ ସେମାନଙ୍କ ଉପରେ ଗର୍ବ କରୁଛି । ଯେଉଁଥି ପାଇଁ ଏ ଦେଶବାସୀଙ୍କ ହୃଦୟରେ ସେମାନଙ୍କ ପାଇଁ ରହିଛି ଅକୁଣ୍ଠ ଶ୍ରଦ୍ଧା​‌ । ଆଜି ଦେଶର ବିଭିନ୍ନ ରାଜ୍ୟରେ ସହିଦଙ୍କ ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକଙ୍କ ସାମିଲ ହେବା ଏୟା ହିଁ ତ ବୟାନ କରୁଛି । ସେମାନଙ୍କ ସର୍ବୋଚ୍ଚ ବଳିଦାନ ପାଇଁ ସେମାନଙ୍କୁ ମନେ ରଖିବ ସାରା ହିନ୍ଦୁସ୍ତାନ ।

{"id":85863,"width":593,"height":326}

ତେବେ ସହିଦଙ୍କ ଭିତରେ ଆମ ଓଡ଼ିଶାର ଦୁଇ ବୀର ପୁଅ ପ୍ରସନ୍ନ କୁମାର ସାହୁ ଏବଂ ମନୋଜ ବେହେରାଙ୍କୁ ରାଜ୍ୟବାସୀ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରୁ ଗାର୍ଡ଼ ଅଫ ଅନର ଦିଆଯିବା ପରେ ଦୁଇ ସହିଦଙ୍କ ଜନ୍ମମାଟିରେ ପହଞ୍ଚିଥିଲା ସେମାନଙ୍କ ପାର୍ଥିବ ଶରୀର । ଜଗତସିଂହପୁର ମାଟିର ପୁଅ ସହିଦ ପ୍ରସନ୍ନ ସାହୁଙ୍କ ଶବାଧାରରେ ସାମିଲ ହୋଇଥିଲେ ହଜାର ହଜାର ଅଂଚଳବାସୀ । ଶୋକାକୂଳ ପରିବେଶ ଭିତରେ କେବଳ ଶୁଭୁଥିଲା ଗୋଟିଏ ନାରା ସହିଦ ବୀର ଯବାନ ପ୍ରସନ୍ନ ସାହୁ ଅମର ରହେ । ଯେଉଁ ତ୍ରିରଙ୍ଗାର ସୁରକ୍ଷା ପାଇଁ ଦିନେ ନିଜ ଜନ୍ମମାଟିରୁ ଗୋଡ଼ କାଢ଼ିଥିଲେ । ସେଇ ତ୍ରିରଙ୍ଗାରେ ଘୋଡ଼େଇ ହୋଇ ଆଜି ଫେରିଥିଲେ ନିଜ ଗାଁ ମାଟିକୁ ।

{"id":85864,"width":595,"height":327}

ସହିଦଙ୍କ ଶବଧାରରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିଭଳି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଜଗତସିଂହପୁର ଯାଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେପଟେ ବୀର ଯବାନ ମନୋଜ ବେହେରା ଅମର ରହେ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ନିଆଳି-ରତନପୁର ରାସ୍ତା । ବାହାଘରର ମାତ୍ର ୨ବର୍ଷ ପରେ ପତ୍ନୀ କୋଳରେ ୨ବର୍ଷର ଶିଶୁ କନ୍ୟାକୁ ଛାଡ଼ି ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି  ନିଆଳି ମାଟିର ବୀର ପୁଅ ମନୋଜ ବେହେରା । ତାଙ୍କର ଏହି ସର୍ବୋଚ୍ଚ ବଳିଦାନ ପାଇଁ ଝୁରୁଛି ଗାଁ ମାଟି।

{"id":85865,"width":593,"height":326}

ନିଆଳି  ରତନପୁରରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌  ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ଭୁବନେଶ୍ବରରୁ - ଜଗତସିଂହପୁର ଏବଂ ନିଆଳି ଯାଏଁ ଲକ୍ଷ ଲକ୍ଷ ଲୋକ ରାସ୍ତାରେ ଠିଆ ହୋଇ ଦୁଇ ବୀର ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

{"id":85866,"width":595,"height":284}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.