ପୈତୃକ ଗାଁରେ ଘନଶ୍ୟାମଙ୍କ ଶେଷକୃତ୍ୟ ସମ୍ପନ୍ନ
14/06/2018 at 5:43 AM

ଗତକାଲି ଜୟପୁର ରାଣୀଗଡ଼ ଗୁମ୍ମା ପଥର ଖାଦାନରୁ ଘନଶ୍ୟାମଙ୍କ ମୃତଦେହ ଉଦ୍ଧାର ହୋଇଥିଲା | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା | ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା | ମୃତ ଘନଶ୍ୟାମଙ୍କ ପରିବାରକୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରାଯାଇଛି | ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିରୁ ମିଳିବ ୫ଲକ୍ଷ ଟଙ୍କା ଓ ଜିଲ୍ଲା ପ୍ରଶାସନ ତରଫରୁ ମିଳିବ ୧ଲକ୍ଷ ଟଙ୍କା | ଏବେ ବି ନିଖୋଜ ସଞ୍ଜୟ ଦାସଙ୍କ ପତ୍ତା ମିଳୁନି | ତାଙ୍କୁ ଠାବ କରିବାକୁ ଆଜି ବ୍ଳାଷ୍ଟିଙ୍ଗ କରାଯିବ |
Related Posts
ବେଆଇନ ସସ୍ କାରଖାନା ଉପରେ ଚଢାଉ, ଜଣେ ଗିରଫ
28 January 2021
ବେଆଇନ କଫ ସିରପ ଘଟଣାର ପର୍ଦ୍ଦାଫାଶ, ୨ ନିଶା ବେପାରୀ ଗିରଫ
28 January 2021