ଗେ।ଟିଏ ସ୍ମଶାନରେ ଦାହ କରାଗଲା ବନ୍ଧୁତା ଦିବସରେ ପ୍ରାଣ ହରାଇଥିବା ୩ ବନ୍ଧୁଙ୍କୁ
5/08/2018 at 10:31 AM

ବନ୍ଧୁତା ଦିବସରେ ପ୍ରାଣ ହରାଇଛନ୍ତି ୩ ବନ୍ଧୁ । ୩ ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲେ।କଙ୍କୁ ହସ୍ତାନ୍ତର କରାଯାଇଛି । ଏହା ପରେ ତିନି ବନ୍ଧୁଙ୍କୁ ଗେ।ଟିଏ ସ୍ମଶାନରେ ଦାହ କରାଯାଇଛି । ବଲାଙ୍ଗୀର ପୁଇଁତଳା ଥାନା ସାତମାଇଲ ଛକରେ ୩ ଜଣ ବାଇକରେ ଯାଉଥିବାବେଳେ ଧକ୍କା ଦେଇଥିଲା ଅଜଣାଗାଡି । ମୃତକ ୩ ଜଣ ମାଲପଡା ଅଞ୍ଚଳର ଲଲିତ ରଞ୍ଜନ କର, ଅଚ୍ୟୁତ ବଗର୍ତ୍ତୀ ଓ ରାଜେଶ ବାଗ୍ । ଘଟଣାସ୍ଥଳରେ ପୁଇଁତଳା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ରାତିରେ ସାଙ୍ଗହୋଇ ବୁଲାବୁଲି କରି ଖାଇବାକୁ ଯାଇ ଘରକୁ ଫେରୁଥିବାବେଳେ ଅଘଟଣ ହେ।ଇଥିଲା । ସେପଟେ ଗାଡିକୁ ଖେ।ଜିବାକୁ ପରିବାର ଲେ।କେ ଦାବି କରିଛନ୍ତି । ସହକାରୀ ଜିଳ୍ଲାପାଳ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିବା ସହ ହରିଶ୍ଚ୍ଚନ୍ଦ୍ର ଯେ।ଜନାରେ ୨ ହଜାର ଟଙ୍କା ମୃତକ ପରିବାରକୁ ପ୍ରଦାନ କରିଛନ୍ତି ।