Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସୁଷମାଙ୍କୁ ଝୁରୁଛି ସାରା ଦେଶ : ଆଜି ଲୋଧି ରୋଡ୍ ସ୍ଥିତ ଶବଦାହ ଗୃହରେ ରାଷ୍ଟ୍ରୀୟ ସମ୍ମାନର ସହ ହେବ ଶେଷକୃତ୍ୟ

7/08/2019 at 9:05 AM

ନୂଆଦିଲ୍ଲୀ ୭|୮: ଦେଶର ବରିଷ୍ଠ ରାଜନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ  ସୁଷମା ସ୍ବରାଜଙ୍କ ୬୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କର ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଆଜି ଅପରାହ୍ନରେ ରାଜକୀୟ ସମ୍ମାନ ସହ ଶୁଷମାଙ୍କ ଅନ୍ତିମ ସଂସ୍କାର ହେବ । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପାର୍ଥିକ ଶରୀର ଆଜି ସକାଳ  ୧୧ଟାରେ ବିଜେପି ମୁଖ୍ୟାଳୟକୁ ଅଣାଯାଇ ଅନ୍ତିମ ଦର୍ଶନ ପାଇଁ ୩ ଘଣ୍ଟା ରଖାଯିବ । ପାର୍ଟିର କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । 

ଅପରାହ୍ନରେ ଲୋଧି ରୋଡ଼୍ ସ୍ଥିତ ଶବଦାହ ଗୃହରେ ରାଜକୀୟ ସମ୍ମାନ ସହ ସୁଷମାଙ୍କ ଅନ୍ତିମ ସଂସ୍କାର କରାଯିବ । ମଙ୍ଗଳବାର ରାତିରେ ଦିଲ୍ଲୀ ଏମ୍ସରେ ହୃଦଘାତରେ ସେ ଆଖି ବୁଜିଛନ୍ତି ।  ସୁଷମାଙ୍କ ଏପରି ହଠାତ୍ ଅକାଳ ବିୟୋଗ ରାଜନୈତିକ ମହଲକୁ ସ୍ତବ୍ଧ କରିଦେଇଛି । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା । ପ୍ରଥମେ ଖବର ଆସିଥିଲା ସୁଷମାଙ୍କ ଅବସ୍ଥା ଗୁରୁତର ରହିଛି ।

ଖବର ପାଇଁ ବରିଷ୍ଠ ବିଜେପି ନେତା ନୀତିନ୍ ଗଡକରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ପହଁଚିଥିଲେ । ତେବେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ଫେଲ୍ ମାରିଥିଲା । ସୁଷମାଙ୍କ ପରଲୋକ ଖବର ପ୍ରସାରିତ ହେବା ମାତ୍ରେ ଦିଲ୍ଲୀ ଏମ୍ସକୁ ଛୁଟିଥିଲା ନେତା ଓ କର୍ମୀଙ୍କ ସୁଅ । ରାତିରେ ଦିଲ୍ଲୀ ଏମ୍ସରୁ ସୁଷମାଙ୍କ ମରଶରୀରକୁ ତାଙ୍କର ଦିଲ୍ଲୀସ୍ଥିତ ବାସଭବନକୁ ନିଆଯାଇଥିଲା ।

ଏହା ପରେ ତାଙ୍କର ଦିଲ୍ଲୀ ସ୍ଥିତ ବାସଭବନରେ ତାଙ୍କର ଶେଷ ଦର୍ଶନ କରୁଛନ୍ତି ବିଭିନ୍ନ ବର୍ଗର ଲୋକ । ବହୁ ରାଜନେତା ସୁଷମାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଅନେକ ନିଜର ରାଜନୈତିକ ଜୀବନରେ ସୁଷମାଙ୍କ ସହ ରହିଥିବା ମଧୁର ସଂପର୍କକୁ ମନେ ପକାଇଛନ୍ତି ।

ଜଣେ ସୁଯୋଗ୍ୟ ନେତ୍ରୀଙ୍କୁ ହରାଇଛି ସାରା ଦେଶ । ନିଜ ପ୍ରିୟ ନେତ୍ରୀଙ୍କୁ ହରାଇବା ପରେ ବିଜେପି ଶିବିରରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ଏଥିସହ ଦଳ ମତ ନିର୍ବିଶେଷରେ ସମସ୍ତେ ସୁଷମାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବୈଦେଶିକ ମନ୍ତ୍ରୀ ଥିବା ବେଳେ ନିଜର କାର୍ଯ୍ୟଦକ୍ଷତା ପାଇଁ ବେଶ ପ୍ରଂଶସା ସାଉଁଟିଥିବା ସୁଷମାଙ୍କ ଦେହାନ୍ତ ଖବର ଶୁଣି ସାଧାରଣ ଲୋକ ମଧ୍ୟ ବେଶ ଭାଙ୍ଗି ପଡିଛନ୍ତି ।

   Related Posts