ପଞ୍ଚଭୂତରେ ଲୀନ ହେଲା ଋଷି କପୁରଙ୍କ ପାର୍ଥିବ ଶରୀର, ପରିବାର ଓ ପ୍ରଶଂସକ ଦେଲେ ଅଶ୍ରୁଳ ବିଦାୟ

Published By : Prameya-News7 Bureau | April 30, 2020 IST

ମୁମ୍ବାଇ ୩୦।୪: ବଲିଉଡ୍ ଅଭିନେତା ଋଷି କପୁରଙ୍କୁ ମରିନ୍ ଲାଇନ୍ସର ଚନ୍ଦନୱାଡି ଶ୍ମଶାନ ଘାଟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅପରାହ୍ନ ୩ୟା ୪୫ ମିନିଟ୍ ରେ ଋଷି କପୁରଙ୍କ ପାର୍ଥିବ ଶରୀର ଶ୍ମଶାନ ଘାଟରେ ପହଞ୍ଚିଥିଲା । ଏହାପରେ ଶ୍ମଶାନ ଘାଟରେ ଥିବା ବୈଦ୍ୟୁତିକ ଶବଦାହ ଗୃହରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଶ୍ମଶାନ ଘାଟକୁ ଶବ ଆଣିବାର ପ୍ରାୟ ଅଧ ଘଣ୍ଟା ମଧ୍ୟରେ ଋଷି କପୁରଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଥିଲା ।

{"id":262584,"sizeSlug":"large"}

ଦୁଇ ବର୍ଷ ଧରି କ୍ୟାନସର ରୋଗ ସହ ଲଢେଇ କରିବା ପରେ ବଲିଉଡ ଅଭିନେତା ଋଷି କପୁରଙ୍କ ଦେହାନ୍ତ ହୋଇଛି । ମୁମ୍ବାଇର ଏଚ୍ ଏନ୍ ରିଲାଏନ୍ସ ହସ୍ପିଟାଲରେ ଗୁରବାର ସକାର ୮ଟା ୪୫ ମିନିଟ୍ ରେ ଋଷି କପୁର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଋଷି କପୁରଙ୍କ ଶେଷ ରୀତିନୀତି ମରିନ୍ ଲାଇନ୍ସର ଚନ୍ଦନୱାଡି ଶ୍ମଶାନ ଘାଟରେ କରାଯାଇଥିଲା । ଲକ୍ ଡାଉନ୍ ଯୋଗୁଁ କେବଳ ମାତ୍ର ୨୦ ଜଣ ଲୋକଙ୍କୁ ଅନ୍ତିମ ସଂସ୍କାରେ ସାମିଲ ହେବା ପାଇଁ ଅନୁମତି ଦିଆଯାଇଥିଲା ।

{"id":262585,"sizeSlug":"large"}

ଶେଷ ରୀତିନୀତି ସମୟରେ ନୀତୁ କପୁର, ରୀମା ଜୈନା, ମନୋଜ ଜୈନା, ଅରମାନ ଜୈନା, ଆଦର ଜୈନ, ଅନୀଶା ଜୈନ, ରାଜୀବ କପୁର, ରଣଧୀର କପୁର, ସୈଫ ଅଲ୍ଲୀ ଖାନ୍, କରୀନା କପୁର ଖାନ, ବିମଲ ପାରିଖ, ନତାଶା ନନ୍ଦନ, ଅଭିଷେକ ବଚ୍ଚନ, ଡକ୍ଟର ତରଙ୍ଗ, ଆଲିଆ ଭଟ୍ଟ, ଆୟାନ ମୁଖାର୍ଜୀ, ଜୟ ରାମ, ରୋହିତ ଧୱନ, ରାହୁଲ ରାୱେଲଙ୍କୁ ଉପସ୍ଥିତ ରହିବାକୁ ମୁମ୍ବାଇ ପୋଲିସ ଅନୁମତି ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.