ପୁଲୱାମା ଆକ୍ରମଣରେ ସହିଦଙ୍କୁ ଅଶ୍ରୁଳ ବିଦାୟ : ଲୁହରେ ଭିଜିଲା ଜନ୍ମମାଟି, ପଞ୍ଚଭୂତରେ ଲୀନ ହେଲା ସହିଦ ପ୍ରସନ୍ନ ସାହୁ ଏବଂ ମନୋଜ ବେହେରାଙ୍କ ମରଶରୀର

Published By : Prameya-News7 Bureau | February 17, 2019 IST

ଜଗତସିଂହପୁର|ନିଆଳି ୧୭|୨: ପଞ୍ଚଭୂତରେ ବିଲିନ ହୋଇଛି ସହିଦ ଯବାନଙ୍କ ପାର୍ଥିବ ଶରୀର । ଶୋକାକୂଳ ପରିବେଶ ମଧ୍ୟରେ ନିଆଳି-ରତନପୁର ଗାଁରେ ବୀର ଯବାନ ମନୋଜ ବେହେରାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜଗତସିଂହପୁର ନାଉଗାଁରେ ଜଳିଛି ବୀର ଯବାନ ପ୍ରସନ୍ନ କୁମାର ସାହୁଙ୍କ ଚିତା । ହଜାର ହଜାର ଗ୍ରାମବାସୀଙ୍କ ବୀର ଯବାନ ଅମର ରହେ ଧ୍ବନୀରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।

{"id":85839}

ଭୁବନେଶ୍ବର ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ, ନିଜ ନିଜ ଜନ୍ମମାଟି ଅଭିମୁଖେ ବାହାରିଥିଲା ୨ ସହିଦଙ୍କ ଅନ୍ତିମ ଶୋଭାଯାତ୍ରା । ଶହଶହ ଲୋକଙ୍କ ଗହଣରେ ସହିଦ ଯବାନ ପ୍ରସନ୍ନ କୁମାର ସାହୁଙ୍କ ପାର୍ଥିବ ଶରୀର ତାଙ୍କ ଗାଁ ଜଗତସିଂହପୁର ନାଉଗାଁ ଏବଂ ସହିଦ ଯବାନ ମନୋଜ ବେହେରାଙ୍କ ମର ଶରୀରକୁ ନିଆଳି ରତନପୁର ଗାଁକୁ ନିଆଯାଇଥିଲା ।

{"id":85835}

ଭୁବନେଶ୍ବରରୁ - ଜଗତସିଂହପୁର ଏବଂ ନିଆଳି ଯାଏଁ ଲକ୍ଷ ଲକ୍ଷ ଲୋକ ରାସ୍ତାରେ ଠିଆ ହୋଇ ଦୁଇ ବୀର ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବୀର ଯବାନ ଅମର ରହେ ଧ୍ବନିରେ ପ୍ରକମ୍ପିତ ହେଉଥିଲା ସାରା ପରିବେଶ । ଜଗତସିଂହପୁର ମାଟିର ପୁଅ ସହିଦ ପ୍ରସନ୍ନ ସାହୁଙ୍କ ଶବାଧାରରେ ସାମିଲ ହୋଇଥିଲେ ହଜାର ହଜାର ଅଂଚଳବାସୀ । ଯେଉଁ ତ୍ରିରଙ୍ଗାର ସୁରକ୍ଷା ପାଇଁ ଦିନେ ନିଜ ଜନ୍ମମାଟିରୁ ଗୋଡ଼ କାଢ଼ିଥିଲେ । ସେଇ ତ୍ରିରଙ୍ଗାରେ ଘୋଡ଼େଇ ହୋଇ ଫେରିଥିଲେ ନିଜ ଗାଁ ମାଟିକୁ ।

{"id":85836}

ସହିଦଙ୍କ ଶବଧାରରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିଭଳି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଜଗତସିଂହପୁର ଯାଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ବୀର ଯବାନ ମନୋଜ ବେହେରା ଅମର ରହେ ଧ୍ବନୀରେ ପ୍ରକମ୍ପିତ ହୋଇଉଠିଥିଲା ନିଆଳି-ରତନପୁର ରାସ୍ତା ।

{"id":85862}

ବାହାଘରର ମାତ୍ର ୨ବର୍ଷ ପରେ ପତ୍ନୀ କୋଳରେ ୨ବର୍ଷର ଶିଶୁ କନ୍ୟାକୁ ଛାଡ଼ି ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି ନିଆଳି ମାଟିର ବୀର ପୁଅ ମନୋଜ ବେହେରା । ତାଙ୍କର ଏହି ସର୍ବୋଚ୍ଚ ବଳିଦାନ ପାଇଁ ଝୁରୁଛି ଗାଁ ମାଟି। ନିଆଳି  ରତନପୁରରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.