ସହିଦଙ୍କ ଅନ୍ତିମ ସଂସ୍କାର : ମୁଖାଗ୍ନି ଦେଲେ ୧୦ ବର୍ଷର ଝିଅ

Published By : Prameya-News7 Bureau | February 16, 2019 IST

ଦିଲ୍ଲୀ ୧୬/୨ : ପୁଲୱାମା ଆତ୍ମଘାତୀ ବିସ୍ଫୋରଣରେ ସହିଦ ହୋଇଥିବା ସିଆରପିଏଫ ଯବାନ ପ୍ରଦୀପ ସିଂ ଯାଦବଙ୍କର ଆଜି ଅନ୍ତିମ ସଂସ୍କାର ହୋଇଛି | କନୌଜ ସ୍ଥିତ ଅମାନ ଗାଁରେ ରାଜକୀୟ ସମ୍ମାନର ସହିତ ସହିଦଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା | ସହିଦ ଯବାନଙ୍କ ୧୦ ବର୍ଷ ବୟସ୍କା ଝିଅ ସୁପ୍ରିୟା ଯାଦବ ପିତାଙ୍କୁ ମୁଖାଗ୍ନି ଦେଇଥିଲେ | ଏହାଛଡା ଅନ୍ୟ ଯବାନମାନେ ମଧ୍ୟ ସାଥି ଯବାନଙ୍କୁ ସଲାମି ଦେଇଥିଲେ | ମୁଖାଗ୍ନି ଦେବା ପରେ ସହିଦଙ୍କ ଝିଅ ଚେତାଶୂନ୍ୟ ହୋଇ ପଡ଼ିଥିଲେ | ତାଙ୍କୁ ସଂଗେ ସଂଗେ ହସ୍ପିଟାଲ ନିଆଯାଇଥିଲା |

{"id":85798}

ସହିଦଙ୍କ ପାର୍ଥିବ ଶରୀର ତାଙ୍କ ଗାଁରେ ପହଂଚିବା ପରେ ଶୋକାକୁଳ ପରିବେଶ ରହିଥିଲା | କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ ଦାଣ୍ଡ | ସହିଦଙ୍କୁ ଉତ୍ତର ପ୍ରଦେଶ ଅବକାରୀ ଏବଂ ଖନନ ମନ୍ତ୍ରୀ ଅର୍ଚନା ପାଣ୍ଡେ, ଜିଲ୍ଲା ପ୍ରଭାରୀ ସନ୍ଦୀପ ସିଂ, ବିଧାୟକ କୈଳାସ ରାଜପୁତ, ଜିଲ୍ଲା ଅଧିକାରୀ ରବୀନ୍ଦ୍ର କୁମାର ଏବଂ ପୋଲିସ ଅକ୍ଷୀକ୍ଷକ ଅମରେନ୍ଦ୍ର ସିଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |

{"id":85799}


ସହିଦଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମ ମାଟିକୁ ପହଂଚିବା ପରେ 'ସହିଦ ପ୍ରଦୀପ ସିଂ ଅମର ରହେ' ଏବଂ 'ଭାରତ ମାତା କି ଜୟ' ନାରାରେ କମି ଉଠିଥିଲା ଗାଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.