ଜନ୍ମ ମାଟିରେ ହେଲା ଯବାନଙ୍କ ଶେଷକୃତ୍ୟ, ୨ ଦିନ ତଳେ ସିକ୍କିମରେ ପ୍ରାଣ ହରାଇଥିଲେ
23/12/2020 at 10:59 AM

ବ୍ରହ୍ମପୁର ୨୩।୧୨: ଜନ୍ମ ମାଟିରେ ହେଲା ମୃତ ଯବାନଙ୍କ ଶେଷକୃତ୍ୟ । ଗତ ଦୁଇ ଦିନ ତଳେ ସିକ୍କିମରେ ସଡ଼କ ଦୁର୍ଘଟଣାରେ ଯବାନ ଯଜ୍ଞନାରାୟଣ କରଙ୍କର ମୃତ୍ୟୁ ହୋଇଥିଲା । ମୃତ ଯବାନ ଜଣଙ୍କ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡ଼ ପାଟଣାରେ । ଯଜ୍ଞନାରାୟଣଙ୍କ ପ୍ରାର୍ଥିବ ଶରୀର ନିଜ ଜନ୍ମ ମାଟି ଆଠଗଡ଼ ପାଟଣାରେ ପହଞ୍ଚିଛି ।

ଭୁବନେଶ୍ବର ବିମାନ ବନ୍ଦରରେ ମରଶରୀର ପହଞ୍ଚିବା ପରେ ତାଙ୍କ ମରଶରୀରକୁ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କାରାଇ ତାଙ୍କ ବାସଭବନରେ ପରିବାର ଲୋକଙ୍କୁ ଅନ୍ତିମ ଦର୍ଶନ କରାଯାଇଥିଲା । ସେଠାରୁ ତାଙ୍କ ମରଶରୀରକୁ ନିକଟରେ ଥିବା ଶ୍ମଶାନକୁ ନିଆଯାଇ ସେଠାରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି ।
Related Posts
ଆଜିଠୁ କମିବ ଶୀତ, ୨ ଦିନ ପରେ ପୁଣି ବଢିବ
19 January 2021
ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
19 January 2021