Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ହୃଦୟ ବିଦାରକ : ଗୋଟିଏ ଜୁଇରେ ହେଲା ଯବାନ ଓ ସ୍ତ୍ରୀଙ୍କ ଅନ୍ତିମ ସଂସ୍କାର, ପାଖରେ ପୁଅକୁ ଦିଆଗଲା କବର

8/06/2021 at 4:04 PM

ଗୟା ୦୮/୦୬ : ବିହାର ଗୁରରୁ ଥାନା ଡିହା ଗାଁର ଯବାନଙ୍କର ରବିବାର ଦିନ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ସମୟରେ ତାଙ୍କ ସହ ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ଥିଲେ । ଦୁର୍ଘଟଣାରେ ଯବାନ ପିଣ୍ଟୁ ସିଂହ, ପତ୍ନୀ କାଜଲ ଓ ପୁଅ ରେହାନର ମୃତ୍ୟୁ ହୋଇଛି । ସୋମବାର ଦିନ ଜବତ, ତାଙ୍କ ପତ୍ନୀ ଓ ପୁଅର ଅନ୍ତିମ ସଂସ୍କାର କରାଯାଇଛି । ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକଙ୍କ ଆଖିରୁ ଲୁହ ଝରିଥିଲା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପିଣ୍ଟୁ ଓ ତାଙ୍କ ପରିବାର ଖବର ଶୁଣି ପୁରା ଗାଁରେ ଶୋକାକୁଳ ପରିବେଶ ରହିଥିଲା । ଗୋଟିଏ ଜୁଇରେ ସ୍ୱାମୀ-ସ୍ତ୍ରୀଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ପୁଅକୁ ସାଇଡରେ ଦଫନ କରାଯାଇଥିଲା । ଏହି ଦୃଶ୍ୟ ସମସ୍ତଙ୍କୁ ଭାପ୍ରବଣ କରିଦେଇଥିଲା ।

ଅନ୍ତିମ ସଂସ୍କାର ପ୍ରକ୍ରିୟା ପୂର୍ବରୁ ଯବାନଙ୍କ ମୃତ ଶରୀର ଆର୍ମି କ୍ୟାମ୍ପ ନିଆଯାଇଥିଲା । ଗାଁରୁ ଅନେକ ଲୋକ ସକାଳୁ ଆର୍ମି କ୍ୟାମ୍ପରେ ପହଞ୍ଚି ଯାଇଥିଲେ । ଅପରାହ୍ନରେ ତ୍ରିରଙ୍ଗା ପତାକାରେ ଗୁଡାହୋଇଥିବା ପିଣ୍ଟୁ ସିଂହଙ୍କ ପାର୍ଥିବ ଶରୀରକୁ କୋସଡିହରା ଅଣାଯାଇଥିଲା । ସେନା ଯବାନ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଗ୍ରାମବାସୀ ପିଣ୍ଟୁ ସିଂହଙ୍କୁ ଅନ୍ତିମ ବାଦ୍ୟ ଦେଇଥିଲେ ।

ପିଣ୍ଟୁ ସିଂହ ଓ ତାଙ୍କ ପତ୍ନୀଙ୍କୁ ତାଙ୍କ ପୁତୁରା ମୁଖାଗ୍ନି ଦେଲେ । ପିଣ୍ଟୁ ମଥୁରାରେ ଆର୍ମି ହସ୍ପିଟାଲରେ ନର୍ସିଙ୍ଗ ଷ୍ଟାଫ ଭାବେ କାର୍ଯ୍ୟରତ ଥିଲେ । କିଛି ଦିନ ପୂର୍ବରୁ ତାଙ୍କର ପଦୋନ୍ନତି ହୋଇଥିଲା ।

ପିଣ୍ଟୁ ସିଂହ ଗୟା ଜିଲ୍ଲାର ଗୁରୁରୁ ବ୍ଲକର ଡିହା ପଞ୍ଚାୟତରେ ନୂଆ ଘର ନିର୍ମାଣ କରିଥିଲେ। ଗୃହ ପ୍ରବେଶ ପାଇଁ ସେ ମାସେ ଛୁଟିନେଇ ଆସିଥିଲେ । ରବିବାର ବିଳମ୍ବିତ ରାତିରେ ଏକ ବାଲାଷ୍ଟୋଡ୍ ଟ୍ରକ୍ ତାଙ୍କ କାର ଉପରେ ଓଲଟି ପଡିଥିଲା। ଏଥିରେ ପିଣ୍ଟୁ ତାଙ୍କ ପତ୍ନୀ ଏବଂ ପୁଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ତାଙ୍କର ୭ ବର୍ଷର ଝିଅର ଜୀବନ ବଞ୍ଚିଯାଇଛି ।ପୋଷ୍ଟମର୍ଟମ ପରେ ସମସ୍ତଙ୍କ ମୃତଦେହକୁ ଆର୍ମି ହସ୍ପିଟାଲ ଅଣାଯାଇଥିଲା ଏବଂ କାଗଜପତ୍ର କାମ ପରେ ସେନା ଗାଡିରେ ଶ୍ମଶାନ ନିଆଯାଇଥିଲା।

   Related Posts