ରଥଯାତ୍ରା ପାଇଁ ଆଜି ବସିବ ଶେଷ ସମୀକ୍ଷା ବୈଠକ, ଘୋଷଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
28/06/2019 at 9:41 AM

ଭୁବନେଶ୍ବର ୨୮|୬: ଆଜି ରଥଯାତ୍ରା ପ୍ରସ୍ତୁତିର ଶେଷ ସମୀକ୍ଷା ବୈଠକ । ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୀଳାଦ୍ରି ଭକ୍ତ ନିବାସରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବିଭାଗୀୟ ମନ୍ତ୍ରୀ ଉପସ୍ଥିତ ରହିବେ ।
ଚଳିତ ବର୍ଷ ଫୋନି ପ୍ରଭାବରେ ପୁରୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଘୋଷଯାତ୍ରା ପ୍ରସ୍ତୁତିକୁ ଅଧିକ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ୨୦୧୯ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା, ସ୍ବାସ୍ଥ୍ୟ, ଗାମନାଗମନ, ଟ୍ରାଫିକ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ।
ସେହିପରି ରେଲୱେ ପକ୍ଷରୁ ମଧ୍ୟ ଯାତ୍ରୀ ପରିବହନକୁ ଗୁରୁତ୍ବ ଦିଆଯାଇଛି । ରଥଯାତ୍ରା ବେଳେ ୧୯୪ଟି ସ୍ବତନ୍ତ୍ର ଟ୍ରେନ ପୁରୀକୁ ଚାଲିବ ବୋଲି ଜଣା ପଡ଼ିଛି । ସେପଟେ ଆଇନ ଶୃଙ୍ଖଳା ସହ ସୁରକ୍ଷା ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।