Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତାକାଲି ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ: ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ମୋଟ ୫୯ଟି ସିଟ୍ ପାଇଁ ସକାଳ ୭ଟାରୁ ଆରମ୍ଭ ହେବ ଭୋଟିଂ

18/05/2019 at 5:39 PM

ନୂଆଦିଲ୍ଲୀ୧୮|୫: ଆସନ୍ତାକାଲି ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ମୋଟ ୫୯ଟି ସିଟ୍‌ ପାଇଁ ସକାଳ ୭ଟାରୁ ଆରମ୍ଭ ହେବ ଭୋଟିଂ । ଆମ ରାଜ୍ୟର ମଧ୍ୟ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଭୋଟ ବେଳେ ତ୍ରୁଟି ଦେଖା ଦେଇଥିବା ୩୪ଟି ବୁଥରେ ଆସନ୍ତାକାଲି ହେବ ସାନି ମତଦାନ ।

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିଂ ଟିମ୍‌  ବୁଥ୍‌ ଗୁଡିକରେ ପହଞ୍ଚିବାରେ ଲାଗିଛନ୍ତି  । ଏହାସହ କାଲି ସନ୍ଧ୍ୟା ୬ଟା ପରେ ବିଭିନ୍ନ ଗଣମାଧ୍ୟରରେ କିଏ ଗଢିବ ସରକାର ସେ ନେଇ ହେବାକୁ ଥିବା ଏକଜିଟ୍‌ ପୋଲ ଦେଖିବାକୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ବଢି ବାରେ ଲାଗିଛି ।

ଏହି ପର୍ଯ୍ୟାୟରେ ମୋଟ ୯୧୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୧୦କୋଟି ଭୋଟର । ଭୋଟିଂ ହେବାକୁ ଥିବା ବୁଥ୍‌ ଗୁଡିକରେ ପୋଲିଂ ପାର୍ଟି ପହଞ୍ଚି ଗଲେଣି ।  ଉତ୍ତର ପ୍ରଦେଶର ୧୩ଟି ଆସନ, ପଞ୍ଜାବର ୧୩ଟି ଆସନ,ପଶ୍ଚିମବଙ୍ଗର ୯ଟି ଆସନ, ମଧ୍ୟପ୍ରଦେଶର ୮ଟି ଆସନ,ବିହାରର ୮ଟି ଆସନ, ହିମାଞ୍ଚଳ ପ୍ରଦେଶର ୪ଟି ଆସନ,ଝାରଖଣ୍ଡର ୩ଟି ଆସନ, ଚଣ୍ଡିଗଡର ୧ଟି ଆସନରେ ମତଦାନ ହେବ । 

ଆସନ୍ତାକାଲି ହେବାକୁ ଥିବା ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଭିତରେ ରହିଛି ଉତ୍ତରପ୍ରଦେଶର ବାରଣାସୀ ନିର୍ବାଚନ ମଣ୍ଡଳୀ । ଯେଉଁଠି ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥି ହୋଇଥିବା ବେଳେ ତାଙ୍କ  ବିପକ୍ଷରୁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ଅଜୟ ରାୟ ଏବଂ ମହାଗଠବନ୍ଧନ ବିଏସପି, ଏସପି ଓ ଆରଏଲଡି ପକ୍ଷପୁ ପ୍ରାର୍ଥୀ ହୋଇଛନ୍ତି ସମାଜବାଦୀ ପାର୍ଟୀର  ସାଳିନୀ ଯାଦବ ।

ସେହିପରି ବିହାରର ପାଟନା ସାହେବରୁ  ଅଭିନେତାରୁ ରାଜନେତା ବନିଥିବା କଂଗ୍ରେସ ପ୍ରାର୍ଥୀ  ଶତ୍ରୁଘ୍ନ ସିହ୍ନାଙ୍କ ବିପକ୍ଷରେ ପ୍ରାର୍ଥୀ  ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ।  ସେପଟେ ଚଣ୍ଡିଗଡରୁ  ବିଜେପି ପ୍ରର୍ଥୀ କିରଣ ଖେରଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ପବନ ବନସଲ ଓ ଆପ୍‌ର ହରମୋହନ ଧାୱନ୍ ।  

ପଞ୍ଜାବର  ଗୁରୁଦାସପୁର ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ବଲିଉଡ ଷ୍ଟାର ସନି ଦେଓଲ ଏବଂ  ତାଙ୍କ ବିରୋଧରେ  କଂଗ୍ରେସ ପକ୍ଷରୁ ପ୍ରାର୍ଥି ପ୍ରତିଦ୍ବନ୍ଦିତା କରୁଛନ୍ତି ସୁନୀଲ ଛାକ୍କର …

ସେପଟେ ମେ’ ୧୯ ଶେଷ ପର୍ଯ୍ୟାୟ ଭୋଟିଂ ସହ ଆମ ରାଜ୍ୟର ୩୪ଟି ବୁଥରେ ହେବ ସାନି ମତଦାନ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଭୋଟିଂ ରେ  ତ୍ରୁଟି ଦେଖା ଦେଇଥିବା ବୁଥ୍ ଗୁଡ଼ିକରେ ଏହି ସାନି ମତଦାନ ହେବ ।  ୧୧ଟି ଲୋକସଭା ଓ ୧୮ଟି ବିଧାନସଭାର ୨୦ ହଜାରରୁ ଅଧିକ ମତଦାତା ନିଜର ମତାଧିକାର ପୁଣି ଥରେ ସାବ୍ୟସ୍ତ କରିବେ ।

କଟକ ଲୋକସଭା ଅଧୀନ ବଡ଼ମ୍ବାର ଗୋଟିଏ ବୁଥ୍, ଆଠଗଡ଼ର ୪ଟି, ସମ୍ବଲପୁର ଲୋକସଭାର ଦେଓଗଡ଼ରେ ଗୋଟିଏ, ପୁରୀ ଲୋକସଭାର ବ୍ରହ୍ମଗିରିରେ ୨ଟି, ସତ୍ୟବାଦୀରେ ଗୋଟିଏ, ଢେଙ୍କାନାଳ ଲୋକସଭାର ତାଳଚେରରେ ଗୋଟିଏ, କେନ୍ଦୁଝର ଲୋକସଭାର ଘସିପୁରାରେ ଗୋଟିଏ, ଭୁବନେଶ୍ୱର ଲୋକସଭାର ଭୁବନେଶ୍ୱର ମଧ୍ୟରେ ଗୋଟିଏ, ଯାଜପୁର ଲୋକସଭାର ବିଂଝାରପୁରରେ ୨ଟି, ବରୀରେ ୫ଟି, ଧର୍ମଶାଳାରେ ଗୋଟିଏ, ସୁକିନ୍ଦାରେ ଗୋଟିଏ, ବାଲେଶ୍ୱର ଲୋକସଭାର ଜଳେଶ୍ୱରରେ ୨ଟି, ମୟୂରଭଞ୍ଜ ଲୋକସଭାର ବାଙ୍ଗିରିପୋଷିରେ ଗୋଟିଏ, ବାରିପଦାର ୪ଟି, କେନ୍ଦ୍ରାପଡ଼ା ଲୋକସଭାର ମାହାଙ୍ଗାରେ ୪ଟି, ସାଲେପୁରରେ ଗୋଟିଏ ଓ ଜଗତସିଂହପୁର ଲୋକସଭାର ପାରାଦୀପ ଆସନରେ ସାନି ମତଦାନ ହେବ । ଆସନ୍ତା କାଲି ସକାଳ ୭ଟାରୁ ସଂଧ୍ୟା ୬ ଯାଏଁ ଏହି ସବୁ ବୁଥ ଗୁଡିକରେ ମତଦାନ ହେବ । ସମସ୍ତ ନିର୍ବାଚନୀ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । 

ଏହାସହ ଆସନ୍ତାକାଲି ସନ୍ଧ୍ୟା ୬ଟାରେ ସାରା ଦେଶରେ ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ପରେ  ବିଭିନ୍ନ ଗଣମାଧ୍ୟମର ପକ୍ଷରୁ ଏକ୍ସଜିଟ୍‌ ପୋଲ ପ୍ରକାଶ ପାଇବ । ଯାହାକୁ ନେଇ ଦର୍ଶକ ମାନଙ୍କ ମଧ୍ୟରେ ଉତକଣ୍ଠା ବଢିବଢି ଚାଲିଛି । ଦେଶର ପରବର୍ତ୍ତି ଶାସନ ଭାର କାହାହାତକୁ ଯିବ ସେନେଇ ସମ୍ଭାବ୍ୟ ଫଳାଫଳ ନେଇ ବିଶ୍ଳେଶଣ କରାଯିବ । ଆପଣ ମାନେ ନ୍ୟୁଜ୍‌ ସେଭେନ୍‌ ମାଧ୍ୟମରେ  ସନ୍ଧ୍ୟା ୬ଟା ପରେ ସାଧାରଣ ନିର୍ବାଚନର ଏକ୍ଡିଜିଟ୍‌ ପୋଲ ସଂପର୍କରେ ଲଗାତରା ଖବର ଦେଖିପାରିବେ ।

   Related Posts