୨୦୧୯ ପାଇଁ ସରିଲା ଭୋଟ ଗ୍ରହଣ : ଜାଣନ୍ତୁ କେତୋଟି ରାଜନୈତିକ ଦଳ ଥିଲେ ମଇଦାନରେ

Published By : Prameya-News7 Bureau | May 19, 2019 IST

ନୂଆଦିଲ୍ଲୀ ୧୯/୫ : ଭାରତୀୟ ଗଣତନ୍ତ୍ରର ମହାପର୍ବ ୨୦୧୯ପାଇଁ ସରିଲା ଭୋଟ ଗ୍ରହଣ । ୭ଟି ପର୍ଯ୍ୟାୟରେ ୫୪୨ଟି ଲୋକସଭା ସିଟ୍‌ ପାଇଁ ହୋଇଛି ମତଦନା । ଦେଶର ମୋଟ ୯୦କୋଟି ମତଦାତା  ସେମାନଙ୍କ ମତାଧିକାର ସାବ୍ୟସ୍ଥ କରିଛନ୍ତି । ତେବେ ବଡ କଥା ହେଉଛି ଚଳିତ ନିର୍ବାଚନରେ  ଅଧିକ ଯୁବ ଭୋଟର  ନିର୍ବାଚନରେ ସାମିଲ ହେବା ଗଣତନ୍ତ୍ର ପାଇଁ ଉତ୍ସାହଜନ ବୋଲି ସ୍ପଷ୍ଟ ହୋଇଛି  …..

{"id":113732}

ଚଳିତ ନିର୍ବାଚନରେ ୬୭୭ ଟି ରାଜନୈତିକ ଦଳ ଅଂଶ ଗ୍ରହଣ କରିଥିଲେ । ୫୪୨ ଟି ଆସନ ପାଇଁ ମଇଦାନରେ ଥିଲେ ୮୦୪୯ ଜଣ ପ୍ରାର୍ଥୀ । ସମୁଦାୟ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୦୦ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ୧୦୭୦ ଜଣ ପ୍ରାର୍ଥୀଙ୍କ ନାଁରେ ସଙ୍ଗୀନ ଅପରାଧିକ ମାମଲା ରହିଛି । ସେହିଭଳି ସମୁଦାୟ ପ୍ରାର୍ଥୀଙ୍କ ମଧ୍ୟରୁ ୨୨୯୭ ଜଣ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢିଛନ୍ତି । ଚଳିତ ନିର୍ବାଚନ ପାଇଁ ଦେଶର ରାଜକୋଶରୁ ପାଖାପାଖି ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

{"id":113731}

ଶେଷ ହେଲା ସପ୍ତମ ପର୍ଯ୍ୟାୟ ନିର୍ବାଚନ । ଏହାସହ ଭାରତୀୟ ଗଣତନ୍ତ୍ରର ମତଦାନ ପର୍ବର ଅନ୍ତିମ ପର୍ଯ୍ୟାୟ ସରିଛି  । ଅପେକ୍ଷା ଓ ଉତ୍କଣ୍ଠା ୨୩ମେର ଫଳାଫଳକୁ । ଏପ୍ରିଲ ୧୧ରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ଏହାର ପୂର୍ଣ୍ଣଛେଦ ପଡିଛି । ମୋଟ ୫୪୨ଟି ଲୋକସଭା ଆସନ ପାଇଁ ହୋଇଛି ମତଦାନ । ପ୍ରଥମ ପର୍ଯ୍ୟାୟରେ ୬୯.୬୧, ଦିତ୍ବୀୟ ପର୍ଯ୍ୟାୟରେ ୬୯.୪୪, ତୃତୀୟ ପର୍ଯ୍ୟାୟରେ ୬୮.୪,ଚତୁର୍ଥ ପର୍ଯ୍ୟାୟରେ ୬୫.୫ ପଞ୍ଚମ ପର୍ଯ୍ୟାୟରେ ୬୪.୧୬ ଷଷ୍ଠ ପର୍ଯ୍ୟାୟରେ ୬୪.୪ ଏବଂ ସନ୍ଧ୍ୟା ୬ଟା ସୁଦ୍ଧା  ସପ୍ତମ ପପର୍ଯ୍ୟାୟରେ ୬୨ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଛି । 

{"id":113733}

ଆଜି ଶେଷ ହୋଇଥିବା ସପ୍ତମ ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୫୯ଟି ସିଟ୍ ପାଇଁ ଭୋଟ୍ ଗ୍ରହଣ ହୋଇଛି । ଉତ୍ତର ପ୍ରଦେଶର ୧୩, ପଞ୍ଜାବର ୧୩, ପଶ୍ଚିମବଙ୍ଗର ୯, ମଧ୍ୟପ୍ରଦେଶର ୮, ବିହାରର ୮, ହିମାଞ୍ଚଳ ପ୍ରଦେଶର ୪, ଝାରଖଣ୍ଡର ୩, ଚଣ୍ଡିଗଡର ଗୋଟିଏ ଆସନରେ ଭୋଟ ଦେଇଛନ୍ତି ମତଦାତା । ତେବେ ସପ୍ତମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର କେତେକ ବୁଥରେ ବ୍ୟାପକ ହିଂସାକାଣ୍ଡ ସହ ବିହାରରେ ଲାଲୁଯାଦବଙ୍କ ପୁଅ ତେଜ୍‌ପ୍ରତାପ ଭୋଟ ଦେଇ ଫେରିବା ବେଳେ ତାଙ୍କ ସମର୍ଥକ ମାନେ  କେତେକ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

{"id":113734}

ସେପଟେ  ଚଳିତ ନିର୍ବାଚନରେ ବିଭିନ୍ନ ଦିଗରୁ ଚର୍ଚ୍ଚାରେ ରହିଥିଲା ।  ଜାତୀୟ ସମସ୍ୟାକୁ ଗୁରୁତ୍ବ ନଦେଇ ପ୍ରାର୍ଥୀମାନେ ବ୍ୟକ୍ତିଗତ ଆକ୍ଷେପ ପ୍ରତ୍ୟାକ୍ଷପକୁ ଅଧିକ ପ୍ରାଧାନ୍ୟ ଦେଇଥିଲେ । ବିଶେଷ ଭାବେ ଉତ୍ତରପ୍ରଦେଶ , ମଧ୍ୟପ୍ରଦେଶ ଓ ପଶ୍ଚିବବଙ୍ଗରେ ପ୍ରର୍ଥୀମାନେ ଅଧିକ ଉଶୃଙ୍ଖଳିତ ସ୍ଥରକୁ ଚାଲିଯାଇଥିଲେ ।  ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ମଧ୍ୟ ଦେଖିବାକୁ ମିଳିଥିଲା ।  ପଶ୍ଚିମବଙ୍ଗର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ତ୍ରୁଣମୁଳ କଂଗ୍ରେସ ଓ ବିଜେପି କର୍ମୀମାନେ ମୁହାଁମୁହିଁ  ହୋଇଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ  ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ ପ୍ରଧାନମନ୍ତ୍ରୀ ପଦମର୍ଯ୍ୟଦା ଉପରେ କୁଠାରଘାଚ କରିଛି ।

{"id":113735}

ଶେଷରେ ଏତିକି କୁହାଯାଇ ପାରେ ସର୍ବୋପରି  ବିଶ୍ବର ସବୁଠାରୁ ବଡ ଗଣତନ୍ତ୍ରରେ ଜନମତକୁ ସମ୍ମାନଦେବାରେ ଇଭିଏମ୍‌ର ଭୂମିକା ଓ ନିର୍ବାଚନକୁ ସୁଚାରୁ ପରିଚାଳନା କରିବାରେ ଭାରତ ଏକ ବିରଳ ଉଦାହରଣ ସୃଷ୍ଟି କରି ପାରିଛି ଏଥିରେ ସନ୍ଦେହ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.