କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ପକ୍ଷ ରଖିଲେ SCB ଡାକ୍ତର
19/08/2018 at 10:05 AM

ଜୟପୁର ୧୯/୮ : କୁନ୍ଦୁଲି ଛାତ୍ରୀ ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ଶେଷ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ ଆଜି ଶେଷ ହୋଇଛି ।ଆଜି ପିଡିତାକୁ ଚିକିତ୍ସା କରୁଥିଵା କଟକ scbର ଡାକ୍ତର ପ୍ରମୋଦ କୁମାର ପାଢ଼ୀ କମିଶନଙ୍କ କାର୍ଯ୍ୟାଳୟ ରେ ହାଜର ହୋଇ ପକ୍ଷ ରଖିଥିଲେ।ପୂର୍ଵରୁ ୬ଟି ପର୍ଯ୍ୟାୟ ରେ ସରକାରଙ୍କ ତରଫରୁ ସାକ୍ଷ୍ୟ ଗ୍ରହଣ ହୋଇଥିଵା ଵେଳେ ୧୪ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ।ସେହିପରି ପିଡିତାଙ୍କ ପରିଵାର ମଧ୍ୟ କମିଶନଙ୍କ ପାଖରେ ଵୟାନ ଦେଇ ସାରିଛନ୍ତି।ସାକ୍ଷ୍ୟ ଗ୍ରହଣ ସରିଥିବାରୁ ଆସନ୍ତା ୨୯ ତାରିଖ ଦିନ ଏହି ଘଟଣାର ଯୁକ୍ତି ଉପସ୍ଥାପନ କରାଯିବ ବୋଲି କହିଛନ୍ତି ତଦନ୍ତ କମିଶନଙ୍କ ସ୍ଵତନ୍ତ୍ର କାଉନସେଲ।ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ କମିଶନ ଙ୍କ କାର୍ଯ୍ୟାଳୟ ସରୁଥିଵା ବେଳେ ତା ପୂର୍ବରୁ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ଵୋଲି କହିଛନ୍ତି ସେ।