କରୋନା ଭାଇରାସ ନିୟନ୍ତ୍ରଣରେ ଭାରତକୁ ସଫଳତା, ସମସ୍ତ ଆକ୍ରାନ୍ତ ଏବେ ସୁସ୍ଥ

Published By : Prameya-News7 Bureau | February 17, 2020 IST

ନୂଆଦିଲ୍ଲୀ ୧୭ ।୦୧: ସାରାବିଶ୍ବରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା । ଚୀନ୍‌ ପାଇଁ ମାରାତ୍ମକ ସାଜିଲାଣି କରୋନା ଭୂତାଣୁ । ଚିନ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୭ଶହ ଅଧିକ ହୋଇଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୭୦ହଜାର ପାର୍‌ ହୋଇସାରିଲାଣି । ଏଭଳି କ୍ଷେତ୍ରରେ ଭାରତ ପାଇଁ ଏକ ଖୁସିର ଖବର ଆସିଛି । ଭାରତରେ କରୋନା ଭାଇରସକୁ ପ୍ରତିହତ କରିବାରେ ଏକ ବଡ ସଫଳତା ମିଳିଛି । କରୋନାରେ ସଂକ୍ରମିତ ହୋଇଥିବା ୩ଜଣ ନାଗରିକ ଏବେ ସୁସ୍ଥ ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, କରୋନା ଭାଇରସରେ ଆକ୍ରାନ୍ତ ହୋଇ କେରଳରେ ଚିକିତ୍ସିତ ହେଉଥିବା ତୃତୀୟ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ପରେ ତାଙ୍କୁ ମେଡିକାଲରୁ ଘରକୁ ପଠାଇ ଦିଆଯାଇଛି।ଏହା ପୂର୍ବରୁ କେରଳରେ ୨ଜଣ ରୋଗୀ ସୁସ୍ଥ ହେବା ପରେ ସେମାନଙ୍କୁ ଘରକୁ ପଠାଯାଇଥିଲା। ଏହାମଧ୍ୟରୁ ଜଣଙ୍କର ଚିକିତ୍ସା କସାରଗୋଡ କଞ୍ଝନଗଡ ସରକାରୀ ମେଡିକାଲରେ ଚାଲିଥିଲା। ଅନ୍ୟଜଣେ ରୋଗୀ ଅଲଫଞ୍ଜା ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ । ଦୁଇ ଜଣଙ୍କୁ ଚିକିତ୍ସିତ ପରେ ଘରକୁ ଛଡାଯାଇଥିଲା । ଏବେ ଏହି ମାରାତ୍ମକ ଭୂତାଣୁରେ ଚିକିତ୍ସିତ ହେଉଥିବା ୩ୟ ଛାତ୍ରଙ୍କୁ ମଧ୍ୟ ଛାଡିଦିଆଯାଇଛି। ବର୍ତ୍ତମାନ ଭାରତରେ କୌଣସି କରୋନା ଭାଇରସରେ ଆକ୍ରାନ୍ତ ନାହାନ୍ତି ବୋଲି  ସୂଚନା ରହିଛି ।

ଚୀନରେ ଏହି ଭାଇରସ ନିୟନ୍ତ୍ରଣ ବାହାରେ ରହିଛି। ପ୍ରତିଦିନ ଶହଶହ ଲୋକ ଏହାର ଶିକାର ହୋଇ ପ୍ରାଣ ହରାଉଛନ୍ତି। ଏବେ ସୁଧା ୧୭୭୫ଜଣ ରୋଗୀ ଚୀନରେ ପ୍ରାଣ ହରାଇ ସାରିଲେଣି। ତେବେ ୨ ଦିନ ମଧ୍ୟରେ ୨,୦୦୯ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.