ଆସନ୍ତା କାଲି ଠାରୁ ଆରମ୍ଭ ହେବ ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ : ୭ ତାରିଖରେ କାମଚଳା ବଜେଟ

Published By : Prameya-News7 Bureau | February 03, 2019 IST

ଭୁବନେଶ୍ବର୩|୨: ଆସନ୍ତା କାଲି ଠାରୁ ଆରମ୍ଭ ହେବ ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ।  ଏହି ଅଧିବେଶନରେ ୭ଟି କାର୍ଯ୍ୟ ଦିବସ ରହିଛି।  ନିର୍ବାଚନ ବର୍ଷ ହୋଇଥିବାରୁ ସରକାର ୪ମାସ ପାଇଁ କମଚଳା ବଜେଟ ଗୃହରେ‌ ଆଗତ କରିବେ। ଆସନ୍ତା କାଲି  ରାଜ୍ୟ ପାଳ ଅଭିଭାଷଣ ରଖିବେ।

 ୭ ତାରିଖ ଦିନ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ବଜେଟ ଉପସ୍ଥାପନ କରିବେ। ୮ ତାରିଖ ଦିନ ବନିୟୋଗ ବିଲ ଉପରେ  ଗୃହରେ ଆଲୋଚନା ହୋଇ ପାରିତ ହେବ। ଛୋଟ ଅଧିବେଶନ ହୋଇଥିଲେ ମଧ୍ୟ ଏହି ଅଧିବେଶନ ସରକାରୀ ଦଳ ଏବଂ ବିରୋଧୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବ ପୂଣ୍ଣ। ବିରୋଧୀ ଦଳ ନେତା ପଦବୀ ସଙ୍କଟରେ ରହିଛି। କଂଗ୍ରେସ ତିନି ଜଣ ବିଧାୟକ ଛାଡିବାପରେ କଂଗ୍ରେସ ଏବେ ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ଏବେ ବିରୋଧୀ ଦଳ ନେତା ପଦବୀ ହରାଇଛି। ତେଣୁ ବାଚସ୍ପତିଙ୍କ ଉପରେ ନିର୍ଭର କରେ ନରସିଂହ ମିଶ୍ର ବିରୋଧୀ ଦଳ ନେତା ପଦବୀରେ ରହିବା ।୧୨ ତାରିଖରେ ଶେଷ ହେବ ବିଧାନ ସଭା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.