ସୁଶାନ୍ତଙ୍କ ଶେଷ ସିନେମାର ପୋଷ୍ଟର ଆସିଲା, ଆଗରୁ ଧାର୍ଯ୍ୟ ତାରିଖରେ ହେବ ରିଲିଜ୍

Published By : Prameya-News7 Bureau | June 25, 2020 IST

ମୁମ୍ବାଇ, ୨୫|୦୬:   ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ୍ ବିଚାରା'ର ପୋଷ୍ଟର ରିଲିଜ୍ ହୋଇଛି । ତାଙ୍କ ପ୍ରଶଂସକମାନେ ଏବେବି ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଜଣେ ପ୍ରତିଭାବାନ କଳାକାର ଥିଲେ । ଅନେକ ହିଟ୍ ଫିଲ୍ମ ସହ ସେ ଛୋଟ ପରଦାରେ ମଧ୍ୟ ଘରେ ଘରେ ପରିଚିତ ଥିଲେ । ତାଙ୍କ ଦେହାନ୍ତ ପରେ ଏବେ 'ଦିଲ୍ ବିଚାରା' ଅତିଶୀଘ୍ର ରିଲିଜ୍ ହେବାକୁ ଯାଉଛି ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୁରେଶ ଛାବଡା । ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ଜୁଲାଇ ୨୪ରେ ରିଲିଜ ହେବ । ଏଥିରେ କାମ କରିଥିବା ସମସ୍ତ କଳାକାରଙ୍କ ସହ ପ୍ରଯୋଜକ ଓ ନିର୍ଦ୍ଦେଶକ ଖୁସି ଜାହିର କରିବା ସହ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଜ୍ଞାପନ କରିଛନ୍ତି । ଏଥିରେ ସୁଶାନଙ୍କ ଅପୋଜିଟରେ ସଞ୍ଜନା ଗାନ୍ଧୀ ରହିଛନ୍ତି ।

ପୂର୍ବରୁ ଏହି ଫିଲ୍ମ କିଜି ଅର୍ ମିନି ନାମରେ ରିଲିଜ୍ ହୋଇଥାନ୍ତା । କିନ୍ତୁ ୨୦୧୯ରେ ଏହାର ନାଁ ପରିବର୍ତ୍ତନ ହୋଇ ଦିଲ୍ ବିଚାରା କରାଗଲା । ଦୁଇଥର ଏହାର ରିଲିଜ୍ ତାରିଖ ଟାଳିବାକୁ ପଡିଛି । ଏହା ନଭେମ୍ବର ୨୯ ପରେ ମେ ୮ରେ ରିଲିଜ୍ ହୋଇଥାନ୍ତା ।

ଏହି ଫିଲ୍ମରେ ସୁଶାନ୍ତଙ୍କ ଅପୋଜିଟରେ କାମ କରୁଥିବା ସଞ୍ଜନା କହିଛନ୍ତି ଯେ, ସୁଶାନ୍ତଙ୍କ ଦେହାନ୍ତ ତାଙ୍କୁ ବ୍ୟଥିତ କରିଛି । ସୁଶାନ୍ତ ତାଙ୍କୁ ଅନେକ କିଛି ଶିଖାଇଥିଲେ । ଯେତେବେଳେ ସେ ସୁଶାନ୍ତଙ୍କ ମୃତ୍ୟୁ ଖବର ପଢିଥିଲେ ଓ୍ୱେବ ପେଜକୁ ୧୦୦ ଥର ରିଫ୍ରେଶ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.