ଆସନ୍ତା ସୋମବାର ହେବ ଅତ୍ୟନ୍ତ ଶୁଭଙ୍କର : ଶ୍ରାବଣ ମାସ ଶେଷ ସହ ହେଉଛି ୭ଟି ଦୁର୍ଲଭ ସଂଯୋଗ

Published By : Prameya-News7 Bureau | July 30, 2020 IST

ଶ୍ରାବଣ ମାସର ପ୍ରଥମ ଏବଂ ଶେଷ ସୋମବାରର ଖାସ୍ ମହତ୍ତ୍ବ ରହିଛି। ଶ୍ରାବଣର ଶେଷ ସୋମବାର ଅଗଷ୍ଟ ୩ତାରିଖରେ ପଡ଼ୁଛି। ଏଥର ଶ୍ରାବଣର ଶେଷ ସୋମବାର ଅନେକ ଦିଗରୁ ଖାସ୍ ରହିଛି। ଏହି ଦିନ ରାକ୍ଷୀ ପୂଣ୍ଣିମାର ପର୍ବ ମଧ୍ୟ ରହିଛି ଏବଂ ଏହା ବ୍ୟତୀତ ଏହି ଦିନ ଅନେକ ଶୁଭ ସଂଯୋଗ ହେଉଛି। ଆସନ୍ତୁ ଜାଣିବା ଏଥର ଶ୍ରାବଣ ମାସର ଶେଷ ସୋମବାର କାହିଁକି ଗୁରୁତ୍ବପୂର୍ଣ୍ଣ।

ଏଥର ଶ୍ରାବଣ ମାସରେ ୫ଟି ସୋମବାର ପଡ଼ୁଛି। ଶ୍ରାବଣର ପ୍ରଥମ ସୋମବାର ଜୁଲାଇ ୬ତାରିଖରେ ପଡ଼ିଥିବାବେଳେ ପଞ୍ଚମ ଏବଂ ଶେଷ ସୋମବାର ଅଗଷ୍ଟ ୩ତାରିଖରେ ପଡ଼ୁଛି। ଶ୍ରାବଣର ଅନ୍ତିମ ସୋମବାର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ବିଶ୍ବାସ ରହିଛି ଯେ ଏହି ଦିନ ଭଗବାନ ଶିବ ଏବଂ ମାତା ପାର୍ବତୀ ପୃଥିବୀ ଭ୍ରମଣ କରନ୍ତି ଏବଂ ନିଜ ଭକ୍ତଙ୍କୁ ଆଶୀର୍ବାଦ ଦିଅନ୍ତି।

ଶ୍ରାବଣର ପଞ୍ଚମ ସୋମବାର ଭଗବାନ ଶିବଙ୍କ ୫ମୁଖର ପ୍ରତୀକ ବୋଲି କୁହାଯାଇଥାଏ। ଶ୍ରାବଣର ଶେଷ ସୋମବାର ଦିନ ଭଗବାନ ଶିବଙ୍କ ପଞ୍ଚମୁଖ ଅବତାର କଥା ପଢ଼ିବା ଏବଂ ଶୁଣିବାର ମହତ୍ତ୍ବ ରହିଛି। ବିଶ୍ବାସ ରହିଛି ଯେ ପଞ୍ଚମୁଖ ଅବତାର କଥା ଶୁଣିବା ଦ୍ବାରା ଭକ୍ତଙ୍କ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ।

ଅଗଷ୍ଟ ୩ ସୋମବାର ଦିନ ପୂର୍ଣ୍ଣିମା ତିଥି। ଏହି ଦିନ ଚନ୍ଦ୍ର ମକର ରାଶିରେ ରହିବେ। ଏହି ଦିନ ପ୍ରୀତି ଯୋଗ ମଧ୍ୟ ହେଉଛି ଯାହା ସକାଳ ୬ଟା ବାଜି ୪୦ମିନିଟ୍ ଯାଏଁ ରହିବ। ଏହା ପରେ ଆୟୁଷ୍ମାନ ଯୋଗ ଆରମ୍ଭ ହୋଇଯିବ।

ଶ୍ରାବଣ ମାସର ଅନ୍ତିମ ସୋମବାର ପୂର୍ଣ୍ଣିମା ଦିନ। ଚନ୍ଦ୍ରକୁ ପୂର୍ଣ୍ଣିମାର ଦେବତା ବୋଲି କୁହାଯାଇଥାଏ ଏବଂ ସୋମବାର ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ। ଏଥିପାଇଁ ଏହି ପୂର୍ଣ୍ଣିମା ଏବଂ ସୋମବାର ଅଦ୍ଭୁତ ସଂଯୋଗ ହେଉଛି। ଏହାକୁ ସୌମ୍ୟା ତିଥି ବୋଲି କୁହାଯାଇଥାଏ। ଏହି ଦିନ ଚନ୍ଦ୍ର ଦେବତାଙ୍କୁ ପୂଜା କରିବା ଦ୍ବାରା ପ୍ରତି କ୍ଷେତ୍ରରେ ବିଜୟ ପ୍ରାପ୍ତି ହୋଇଥାଏ।

ଶ୍ରାବଣର ଶେଷ ସୋମବାର ରାକ୍ଷୀ ପୂର୍ଣ୍ଣିମାର ପର୍ବ ଏକ ଦୁର୍ଲଭ ସଂଯୋଗ ରହୁଛି। ଏହି ଦିନ ବ୍ରତ ରଖିବା ଦ୍ବାରା ରାକ୍ଷୀ ପୂର୍ଣ୍ଣିମା ପାଳନ କରିବାର ଅନେକ ଗୁଣ ଲାଭ ମିଳିବ।

ଶ୍ରାବଣର ଶେ​‌ଷ ସୋମବାର ପିତୃ-ତର୍ପଣ ଏବଂ ଋଷିପୂଜା ମଧ୍ୟ କରାଯାଇଥାଏ। ଏପରି କରିବା ଦ୍ବାରା ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ ଏବଂ ଜୀବନର ପ୍ରତ୍ୟେକ ସମସ୍ୟା ସମାପ୍ତ ହୋଇ ଯାଇଥାଏ।

ଶ୍ରାବଣର ଶେଷ ସୋମବାର ରୁଦ୍ରାଭିଷେକ,ରୁଦ୍ରାଷ୍ଟକ ଏବଂ ଲିଙ୍ଗାଷ୍ଟକ ପାଠ କରିବା ଅତ୍ୟନ୍ତ ଫଳଦାୟକ ହୋଇଥାଏ। ଏହି ଦିନ ଭଗବାନ ଶିବଙ୍କ ଅଭିଷେକ କରିବା ପରେ ଦାନ ମଧ୍ୟ କରିବା ଉଚିତ୍।

ଶ୍ରାବଣର ଶେ​‌​‌ଷ ଦିନ ବେଲ ପତ୍ର,କ୍ଷୀର ଏବଂ ଜଳ ଚଢ଼ାଇ ଭଗବାନ ଶିବଙ୍କ ପୂଜା କରନ୍ତୁ। ଏହି ଦିନ ଭଗବାନ ଶିବ ଏବଂ ବିଷ୍ଣୁଙ୍କ ବିଶେଷ କୃପା ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.