ଶେଷ ଦେଖା ହେଲା କାଳ: ପ୍ରେମ ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପୂର୍ବରୁ ପ୍ରେମିକାକୁ ହତ୍ୟାକଲା ପ୍ରେମିକ

Published By : Prameya-News7 Bureau | January 06, 2020 IST

ଉତ୍ତରାଖଣ୍ଡ୬/୧: ଶେଷଥର ପ୍ରେମିକକୁ ଦେଖା କରିବା ପ୍ରେମିକାକୁ ପଡ଼ିଲା ମହଙ୍ଗା। ସଂପର୍କ ଯୋଡ଼ି ବଦଳରେ ପ୍ରେମିକାକୁ ହତ୍ୟା କଲା ପ୍ରେମିକ। ମାତ୍ର ଏକ ଘଣ୍ଟା ଭିତରେ ପ୍ରେମିକ ରଚିଥିଲା ଏଭଳି ଷଡ଼ଯନ୍ତ୍ର। କିନ୍ତୁ ପ୍ରେମିକ ଉପ​‌ରେ ଏତେ ବିଶ୍ବାସ ଥିଲା ଯେ ଏହି କଥାକୁ ପ୍ରେମିକା ଭାବି ପାରି ନ ଥିଲେ। ପ୍ରେମୀ ଯୁଗଳଙ୍କ ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପୂର୍ବରୁ ପ୍ରେମିକାଙ୍କୁ ହତ୍ୟା କଲା ପ୍ରେମିକ। ଉତ୍ତରାଖଣ୍ଡର ଭଗବାନପୁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

{"id":207740,"sizeSlug":"large"}

ପୋଲିସର ସୂଚନା ମୁତାବକ ଅଭିଯୁକ୍ତ ପ୍ରେମିକ ଉସ୍ମାନ କୁରେଶୀ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲା। ଗତ ଶନିବାର କୌଣସି ଏକ କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ପରେ ଉଭୟଙ୍କ ମଧ୍ୟରେ ଆଉ ସଂପର୍କ ରହିବା ନାହିଁ, କେହି କାହାକୁ ଫୋନ କରିବେ ନାହିଁ କି ଦେଖା କରିବେ ନାହିଁ ବୋଲି ୨ଜଣ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସଂପର୍କ ଭାଙ୍ଗିବା ପୂର୍ବରୁ  ତାକୁ ଶେଷଥର ଦେଖା କରିବା ପାଇଁ ପ୍ରେମିକାଙ୍କୁ ଉସ୍ମାନ ନିବେଦନ କରିଥିଲା। ଉସ୍ମାନର କଥା ରକ୍ଷାକରି ଯୁବତୀ ତାକୁ ଦେଖା କରିବା ପାଇଁ ଯାଇଥିଲେ। ସେଠି ପହଞ୍ଚିବା ପରେ ପୁଣି ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ପୁଣି ଆପୋଷ ବୁଝାମଣା ହେବା ପରେ ହୋଟେଲରେ ରହିବା ପାଇଁ ଉସ୍ମାନ କହିଥିଲା। ହେଲେ ପ୍ରେମିକା ରାଜି ହୋଇ ନଥିଲେ।

{"id":207741,"sizeSlug":"large"}

ତେଣୁ ଉତ୍ତରାଖଣ୍ଡର ଯୁବତୀଙ୍କୁ ଭଗବାନପୁର ଅଞ୍ଚଳରେ ଥିବା ଏକ ଜଙ୍ଗଲ ଭିତରକୁ ଉସ୍ମାନ ନେଇଯାଇଥିଲା। ଜଙ୍ଗଲରୁ ଫେରିବା ସମୟରେ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ଆରମ୍ଭ ହୋଇଥିଲା। କିନ୍ତୁ ଉସ୍ମାନ ସେହିସ୍ଥାନ ଚୁପ୍‌ଚାପ୍‌ ଚାଲି ଆସିଥିଲା। ଫେରିବା ବାଟରେ ଏକ ବୋରିଂ ନିକଟରେ ଉସ୍ମାନ ପ୍ରେମିକାର ତଣ୍ଟି ଚିପି ହତ୍ୟା କରିଥିଲା। ଏହି ଘଟଣା ପରଦିନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ମୃତା ଯୁବତୀଙ୍କ ଫୋନ ଯାଞ୍ଚ ପରେ ହତ୍ୟାକାରୀ ପ୍ରେମିକ ଉସ୍ମାନର ସନ୍ଧାନ ଖୋଜି ପୋଲିସ୍ ପାଇଥିଲା। ଏହା ପରେ ପୋଲିସ ହତ୍ୟାକାରୀ ଉସ୍ମାନକୁ ଗିରଫ କରି ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.