୧୧ କୋଟି ବର୍ଷ ପୂର୍ବେ ଲୋପ ପାଇଥିଲା ଡାଇନୋସର, ତେବେ କ'ଣ ଥିଲା ତାର ଶେଷ ଖାଦ୍ୟ ? ଜୀବାଶ୍ମରୁ ସାମ୍ନାକୁ ଆସିଛି ଏହିଭଳି ତଥ୍ୟ...

Published By : Prameya-News7 Bureau | June 07, 2020 IST

ନୂଆଦିଲ୍ଲୀ ୦୭/୦୬ : ଡାଇନୋସର ସମ୍ପର୍କରେ ମଣିଷ ପାଖରେ ଯେତିକି ତଥ୍ୟ ରହିଛି ତାହା ଡାଇନୋସରର ଜୀବାଶ୍ମରୁ ହାସିଲ ହୋଇଛି | ଡାଇନୋସରର ଜୀବାଶ୍ମ ମଧ୍ୟ ଦୁନିଆରେ ବହୁତ ଅଧିକ ଉପଲବ୍ଧ ନୁହେଁ ତଥାପି ଜୀବାଶ୍ମ ବିଜ୍ଞାନ ଡାଇନୋସର ସମ୍ପର୍କରେ ଆମକୁ ଅନେକ ତଥ୍ୟ ପ୍ରଦାନ କରିଛି | ଏପର୍ଯ୍ୟନ୍ତ ଡାଇନୋସରଙ୍କ ଖାଦ୍ୟ ସମ୍ପର୍କରେ ମଣିଷ ପରୋକ୍ଷ ଭାବରେ ଜାଣିବାକୁ ପାଇଛି | କିନ୍ତୁ ବୈଜ୍ଞାନିକଙ୍କୁ ଏମିତି ଏକ ଜୀବାଶ୍ମ ମିଳିଛି ଯେଉଁଥିରେ ଡାଇନୋସର ପେଟରୁ ପତ୍ର ମିଳିଛି | ଏଥିରୁ ଗବେଷକ ଅନେକ ମହତ୍ଵପୂର୍ଣ୍ଣ ତଥ୍ୟ ପାଇଛନ୍ତି |

{"id":282517,"sizeSlug":"large"}

୧୧ କୋଟି ବର୍ଷ ପୂର୍ବରୁ ପଶ୍ଚିମ କାନାଡ଼ାର ଜଙ୍ଗଲରେ ନିଆଁ ଲାଗିବାରୁ ଏହି ଡାଇନୋସର ଫେର୍ନ ପତ୍ର ଖାଉଥିଲେ | ସେତେବେଳେ ସେଠାରେ ବନ୍ୟା ଆସିଥିବା ଏବଂ ଡାଇନୋସର ବନ୍ୟାରେ ଭାସିଯାଇ ପ୍ରାଣ ହରାଇଥିବ ବୋଲି ବୈଜ୍ଞାନିକ ଅନୁମାନ କରୁଛନ୍ତି | ଏହି ଜୀବାଶ୍ମରୁ କ୍ରିଟେସନ ସମୟର ସାକାହାରୀ ଡାଇନୋସର ସମ୍ପର୍କରେ ମହତ୍ଵପୂର୍ଣ୍ଣ ତଥ୍ୟ ଜଣାପଡିବା ବୋଲି ବୈଜ୍ଞାନିକ କହିଛନ୍ତି | ବୈଜ୍ଞାନିକଙ୍କୁ ଏହି କେରିୟରୋପ୍ଲେଟା ମାର୍କମିଚେଲି ନାମକ ଡାଇନୋସର ଜୀବାଶ୍ମ ପେଟରୁ ଦୁଇଟି ପଦାର୍ଥ ମିଳିଛି | ସେଥିରୁ ଜଣାପଡିଛି ଯେ ଶେଷ ସମୟରେ ଡାଇନୋସର କଣ ଖାଇଥିଲା | ଡାଇନୋସର ପେଟରୁ ମିଳିଥିବା ଜୀବାଶ୍ମରେ ସୁରକ୍ଷିତ ଥିବା ପତ୍ରର କୋଷର ଅଧ୍ୟୟନ କରିବାକୁ ମଉକା ମିଳିଛି |

{"id":282518,"width":576,"height":323,"sizeSlug":"large"}

ଏହି ତଥ୍ୟ ରୟାଲ ସୋସାଇଟି ଓପନ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି | ଗବେଷଣାର ଲେଖକ ଆଲବେର୍ଟରେ ପେଲିଏଣ୍ଟଲୋଜି ବିଶେଷଜ୍ଞ ସେଲେବି ବ୍ରାଉନ କହିଛନ୍ତି ଯେ, ଡାଇନୋସର ପେଟରୁ ଏହିଭଳି ଖୋରାକର ପ୍ରମାଣ ବହୁତ କମ ମିଳିଥାଏ | ଏବେ ପର୍ଯ୍ୟନ୍ତ ବୈଜ୍ଞାନିକ ଡାଇନୋସର ସମ୍ପର୍କରେ ଯାହା ଜାଣିଛନ୍ତି ତାହା ପରୋକ୍ଷ ଭାବେ ଜାଣିଛନ୍ତି | ଯେପରିକି, ଡାଇନୋସରଙ୍କ ଦାନ୍ତ, ମୁହଁ, ମେରୁଦଣ୍ଡ, ସେ ସମୟର ଗଛରେ ଥିବା ପୋଷାକ ତତ୍ୱ ଓ ତାକୁ ହଜମ କରିବା କ୍ଷମତା ଆଦି ସମ୍ପର୍କରେ ବୈଜ୍ଞାନିକମାନେ ପରୋକ୍ଷରେ ଜାଣିବାକୁ ପାଇଥିଲେ | ଚୋରିୟଲୋପ୍ଲେଟା ନୋଡୋସୋର ସମୂହର ଡାଇନୋସର ଯାହା ୧୮ ଫୁଟ ଲମ୍ବା ଏବଂ ଏହାର ଓଜନ ପାଖାପାଖି ଏକ ରୁ ଦେଢ଼ ଟନ | ଏମାନଙ୍କ ଶରୀର ବିଶାଳକାୟ କିନ୍ତୁ ମୁହଁ ଛୋଟ |

{"id":282519,"width":578,"height":324,"sizeSlug":"large"}

ଏହି ଡାଇନୋସର ପେଟରୁ ଅନେକ ପତ୍ରର ଅବଶେଷ ମିଳିଛି | ଏଥିରୁ ବହୁ ମାତ୍ରାରେ ଚାରକୋଲ ମିଳିଛି | ଏଥିରୁ ସ୍ପଷ୍ଟ ହୋଇଛି ଯେ ଡାଇନୋସର ମାରିବା ପୂର୍ବରୁ ଜାଳି ଯାଇଥିବା ଅଞ୍ଚଳରେ ବିଚରଣ କରିଥିଲା | ଡାଇନୋସର ପେଟରୁ କିଛି ଗୋଡି ମଧ୍ୟ ମିଳିଛି | ଆଗରୁ କିଛି ବନ୍ୟଜନ୍ତୁ ଖାଦ୍ୟ ହଜମ କରିବା ପାଇଁ ଗୋଡି ଖାଇଥାନ୍ତି | ଏବେ ମଧ୍ୟ କିଛି ବନ୍ୟଜନ୍ତୁ ଖାଦ୍ୟ ହଜମ କରିବା ପାଇଁ ଗୋଡି ଖାଇଥାନ୍ତି |

ଏବେ ସୁଦ୍ଧା ୯ ପ୍ରଜାତିର ସାକାହାରୀ ଡାଇନୋସରଙ୍କ ଜୀବାଶ୍ମ ମିଳିଛି ଯେଉଁଥିରୁ ସେମାନଙ୍କ ପେଟର ଅବଶେଷ ମିଳିଛି | କିନ୍ତୁ ପ୍ରଥମଥର ପାଇଁ କୌଣସି ଡାଇନୋସର ପେଟରୁ ଏହିଭଳି ପତ୍ର ମିଳିଛି | ଗବେଷଣା ଅନୁଯାୟୀ, ଡାଇନୋସର ଭାସି ଭାସି ସମୁଦ୍ରରେ ପହଞ୍ଚି ଯାଇଥିଲା | କିନ୍ତୁ ଡାଇନୋସର ସହ କୌଣସି ଗଛ କିମ୍ବା ପତ୍ର ଭାସି ଯାଇନଥିଲା | ସମୁଦ୍ରରେ ହିଁ ଡାଇନୋସରର ଜୀବାଶ୍ମ ତିଆରି ହୋଇଥିଲା |

{"id":282521,"width":581,"height":382,"sizeSlug":"large"}

ଆଜି ଠାରୁ ପାଖାପାଖି ୧୪.୫୫ କୋଟି ବର୍ଷରୁ ୬.୫୫ କୋଟି ବର୍ଷ ମଧ୍ୟରେ କ୍ରେଟିସିୟମ୍ କାଳ ଥିଲା | ଏହା ମେସୋଜୋଇକ ଯୁଗର ଅନ୍ତିମ ଏବଂ ସବୁଠାରୁ ଲମ୍ବା ସମୟ ଥିଲା ବୋଲି ବିଶ୍ୱାସ ରହିଛି | ଏହି ଯୁଗ ଅନ୍ତିମରେ ହିଁ ଡାଇନୋସର ସହିତ ପୃଥିବୀରେ ବିଚରଣ କରୁଥିବା ଦୁନିଆର ଅଧାରୁ ଅଧିକ ପ୍ରଜାତି ବିଲୁପ୍ତ ହୋଇଯାଇଥିଲା | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.