Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

କାର୍ତ୍ତିକ ପୂର୍ଣ୍ଣିମାରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ନାହିଁ କୌଣସି ଧାର୍ମିକ ମହତ୍ତ୍ୱ କିନ୍ତୁ ବଦଳିବ ପାଣିପାଗ

10/11/2021 at 5:50 PM

ଭୁବନେଶ୍ୱର ୧୦/୧୧ : ଏଥର ନଭେମ୍ବର ୧୯ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ପଡୁଛି। ସେହି ଦିନ ଚନ୍ଦ୍ର ଗ୍ରହଣ ମଧ୍ୟ ଲାଗିବ। ଡିସେମ୍ବର ୪ ତାରିଖରେ ସୂର୍ଯ୍ୟ ପରାଗ ହେବ। ଚନ୍ଦ୍ର ଗ୍ରହଣ ବୃଷ ରାଶି ଓ କୃତ୍ତିକା ନକ୍ଷତ୍ରରେ ହେବ। ଚନ୍ଦ୍ର ଗ୍ରହଣ ଆଂଶିକ ରୂପେ ଅରୁଣାଚଳ ପ୍ରଦେଶ ଓ ଆସାମରେ କିଛି ଭାଗରେ ବହୁତ କମ ସମୟ ପାଇଁ ଦେଖାଦେବ। କିନ୍ତୁ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ, ଆଟଲାଣ୍ଟିକ ଓ ପାସିଫିକ ମହାସାଗରରେ ସ୍ପଷ୍ଟ ଦେଖାଦେବ। ଜ୍ୟୋତିଷଙ୍କ କହିବାନୁଯାୟୀ ଏହି ଚନ୍ଦ୍ର ଗ୍ରହଣର କୌଣସି ଧାର୍ମିକ ମହତ୍ତ୍ୱ ନାହିଁ କିନ୍ତୁ ପାଣିପାଗ ଉପରେ ଏହାର ପ୍ରଭାବ ପଡିବ। 

ଜ୍ୟୋତିଷଙ୍କ କହିବାନୁଯାୟୀ, ଏହି ଚନ୍ଦ୍ର ଗ୍ରହଣର ୧୫ ଦିନରେ ଅର୍ଥାତ ସେହି ପକ୍ଷରେ ଡିସେମ୍ବର ୪ ତାରିଖ ମାର୍ଗଶିର ଅମାବାସ୍ୟାରେ ସୂର୍ଯ୍ୟ ପରାଗ ଲାଗିବ। ଏହା ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେବ। ଏହା ବର୍ଷ ୨୦୨୧ ର ଶେଷ ଗ୍ରହଣ। କିନ୍ତୁ ଭାରତରେ ଦେଖାଦେବ ନାହିଁ। ଏହାପରେ ୨୦୨୨ ମେ’ ୧୬ରେ ଚନ୍ଦ୍ର ଗ୍ରହଣ ଲାଗିବ।

ଜ୍ୟୋତିଷଙ୍କ ଅନୁଯାୟୀ, କାର୍ତ୍ତିକ ପୂର୍ଣ୍ଣିମାରେ ଭାରତୀୟ ସମୟ ଅନୁସାରେ ଗ୍ରହଣ ସକାଳ ସାଢେ ୧୧ଟା ରେ ଲାଗିବ ଓ ସନ୍ଧ୍ୟା ୫ଟା ୩୫ ଯାଏଁ ରହିବ। କିନ୍ତୁ ଏହି ସମୟରେ ସୁତକ ଲାଗିବ ନାହିଁ। ମନ୍ଦିର ଓ ଘରମାନଙ୍କରେ ପୂଜା ପାଠ କରାଯାଇପାରିବ। ଗ୍ରହଣର ପ୍ରଭାବ ନ ଥିବାରୁ ଦାନ ପୁଣ୍ୟ ପାଇଁ ଏହା ଶ୍ରେଷ୍ଠ ଦିନ। ଗ୍ରହଣ ପରେ ଦୁଇ-ତିନି ଦିନ ଭିତରେ ପାଣିପାଗ ବଦଳିବ। ଦେଶର ଉତ୍ତର ଭାଗରେ ତୁଷାରପାତ ଓ ବର୍ଷା ସହ ପ୍ରବଳ ପବନ ବହିପାରେ।

ଭାରତର କିଛି ସ୍ଥାନ ସହ ଚୀନ, ନେପାଳ କିମ୍ବା ଋଷରେ ଭୂକମ୍ପ ଝଟକା ଅନୁଭୂତ ହୋଇପାରେ। କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜନୀତିରେ ବିବାଦୀୟ ବୟାନ ଦିଆଯିବ। ଦୁର୍ଘଟଣା ହେବାର ଆଶଙ୍କା ରହିଛି। ସୀମାରେ ବିବାଦ ଓ ଉତ୍ତେଜନାର ମାହୋଲ ରହିବ। ଲୋକଙ୍କ ମଧ୍ୟରେ ମାନସିକ ଚାପ ଏବଂ ଅଜ୍ଞାତ ଭୟ ମଧ୍ୟ ବୃଦ୍ଧି ପାଇବ।

   Related Posts