କରୋନାରେ ମୃତ୍ୟୁ ପୂର୍ବରୁ ସ୍ୱାମୀଙ୍କ ଶେଷ ଚିଠି, ‘ତୁମକୁ ଓ ୨ ସନ୍ତାନଙ୍କୁ ପାଇ ମୁଁ ଭାଗ୍ୟବାନ’, କୋହଭରା କଣ୍ଠରେ ସ୍ତ୍ରୀଙ୍କ ପ୍ରତିକ୍ରିୟା...

Published By : Prameya-News7 Bureau | April 27, 2020 IST

ଲଣ୍ଡନ, ୨୭|୦୪:  କରୋନା ଭାଇରସ ଅନେକଙ୍କ ଜୀବନରେ ଦୁଃଖ ଆଣିଛି । କେଉଁଠି ମାଆ ତା ପୁଅକୁ ହରାଇଛି ତ ପୁଣି କେଉଁଠି ସ୍ୱାମୀକୁ ହରାଇଛି ସ୍ତ୍ରୀ । ଏପରି ଏକ ଘଟଣା ଲଣ୍ଡନରେ ଦେଖିବାକୁ ମିଳିଛି । ସ୍ୱାମୀଙ୍କ କରୋନା ଜନିତ ମୃତ୍ୟୁ ପରେ ସ୍ତ୍ରୀ ଏକ ଚିଠି ପାଇଛନ୍ତି । ଯାହାକୁ ପଢିଲେ ଆଖିରୁ ଲୁହ ଝରି ଆସିବ ।

ସୂଚନାନୁସାରେ, କେଟୀ କୋଏଲି ନାମକ ଜଣେ ୨୨ ବର୍ଷୀୟ ମହିଳା ଡେନବରୀର ଏକ ହସ୍ପିଟାଲରେ ପ୍ରାଣ ହରାଇଥିବା ସ୍ୱାମୀ ଜୋନାଥନଙ୍କ ମୃତ୍ୟୁରେ ମ୍ରୟମାଣ ହୋଇ ପଡିଥିଲେ । ଏହାପରେ ସେ ଜୋନାଥନଙ୍କ ଫୋନରୁ ଏକ ଚିଠି ପାଇଥିଲେ । କରୋନା ପୀଡିତ ହେବା ପରେ ଜୋନାଥନ ଗତ ୨୨ ତାରିଖରେ ପ୍ରାଣ ହରାଇଥିଲେ ।  ମୃତ୍ୟୁ ପୂର୍ବରୁ ସେ ଏକ ଚିଠି ଲେଖିଥିଲେ ।

{"id":261049,"width":688,"height":578,"sizeSlug":"large"}

ଜୋନାଥନ ଲେଖିଛନ୍ତି ଯେ ‘ମୁଁ ବହୁତ ଭାଗ୍ୟବାନ । କେଟୀଙ୍କ ସ୍ୱାମୀ ଓ ବ୍ରାଡେନ ଓ ପେନୀଙ୍କ ବାପା ହୋଇଥିବାରୁ ଗର୍ବ ଅନୁଭବ କରନ୍ତି । କେଟୀ, ତୁମେ ହେଉଛ ସବୁଠାରୁ ଭଲ ବ୍ୟକ୍ତି ଯାହାକୁ ମୁଁ ଆଜିଯାଏଁ ଭେଟିଛି । ତମେ ଖୁସୀରେ ରୁହ । ଏହା ଦେଖିବା ପରେ ତୁମ ପ୍ରତି ଭଲ ପାଇବା ବୃଦ୍ଧି ପାଉଛି । ତୁମେ ସନ୍ତାନମାନଙ୍କ ପାଇଁ ସର୍ବଶ୍ରେଷ୍ଠ ମାଆ । ଯଦି ମୁଁ ମରିଯାଏ କିମ୍ବା ଅଧିକ ଅସୁସ୍ଥ ହୋଇପଡେ ତେବେ ଚିଠି ଲେଖିପାରିବି ନାହିଁ ।‘

ଏହା ପଢିବା ସମୟରେ କେଟୀଙ୍କ ଆଖିରୁ ଲୁହ ଝରି ଆସିଥିଲା ।   ତାଙ୍କର ୨ ଜଣ ସନ୍ତାନ ରହିଛନ୍ତି । ବ୍ରାଡେନ୍ ଓ ପେନୀ । ବ୍ରାଡେନ ୨ ବର୍ଷର ହୋଇଥିବା ବେଳେ ପେନୀ ମାତ୍ର ୧୦ ମାସର ଅଟନ୍ତି । କେଟୀ କହିଛନ୍ତି ଯେ, ଜୋନାଥନ ଜଣେ ସୁସ୍ଥ ବ୍ୟକ୍ତି ଥିଲେ । ମୃତ୍ୟୁପୂର୍ବରୁ ସେ ୨୦ ଦିନ ଭେଣ୍ଟିଲେଟରରେ ରହିଥିଲେ । ସେ କେଟୀଙ୍କ ସହ ଶେଷଥର ପାଇଁ ମାର୍ଚ୍ଚ ୨୯ରେ ସାକ୍ଷାତ କରିଥିଲେ । ସେ ନିଜ ସନ୍ତାନଙ୍କୁ ଧରି ବାକି ଜୀବନ ଅତିବାହିତ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.