Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ସିମରନଙ୍କ ଶେଷ ଚିଠି : “ମୁଁ ସିମରନ, ବୟସ ୧୭ । ମୋ ସହିତ ବହୁତ ବଡ ଘଟଣା ଘଟିଛି… ଧ୍ରୁବରାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ”

4/01/2019 at 5:16 PM

ଝାରସୁଗୁଡା ୪|୧: ଗତ ଡିସେମ୍ବର ୨୮ତାରିଖରେ ମୃତ ଆଲବମ୍ ଅଭିନେତ୍ରୀ ସିମରନ ଝାରସୁଗୁଡା ପୋଲିସ ଥାନାରେ ତାଙ୍କ ସହ ଘଟିଥିବା ଘଟଣାର ଲିଖିତ ଅଭିଯୋଗ କରିଥିଲେ । ଦେଖନ୍ତୁ କଣ ରହିଛି ଏହି ଲିଖିତ ପତ୍ରରେ ।

ଥାନା ଭାରପ୍ରାପ୍ତ ଅଧିକାରୀ, ଝାରସୁଗୁଡା

ମୋ ନାଁ ସିମରନ । ବୟସ ୧୭ । ମୋ ସହିତ ଏକ ବହୁତ ବଡ ଘଟଣା ଘଟିଛି । ଧ୍ରୁବରାଜ ସୁନା ନାମକ ଜଣେ ଯୁବକ ମୋତେ ତା ପ୍ରେମ ଜାଲରେ ଫସାଇଥିଲା । ଏକଥା ଜେତେବେଳେ ମୋ ଘର ଲୋକ ଜାଣିଲେ ଏଥିପାଇଁ ବାରଣ କରିଥିଲେ । ମୁଁ ଯେତେବେଳେ ଘର ଲୋକଙ୍କ କଥାରେ ସଂପର୍କରୁ ଓହରିଯିବାକୁ କହିଥିଲି ସେତେବେଳେ ଧ୍ରୁବରାଜ ମୋତେ ଡରା ଧମକା କରିବା ଆରମ୍ଭ କରିଥିଲା । ଡରାଇ ଧମକାଇ ଗତ ୨୦୧୮ ମସିହା ଏପ୍ରିଲ ୧୩ତାରିଖରେ ଘରୁ ଉଠାଇନେଇଗଲା । ମୋତେ ନେଇଯିବା ପରେ ମୋତେ ସେ ଫୁସଲାଫୁସଲି କରି ଶାରିରୀକ ସଂପର୍କ ସ୍ଥାପନ କରିଥିଲା । ମୋତେ ବାହାହେବ ବୋଲି କହୁଥିଲେ ମଧ୍ୟ ବାହାହୋଇ ନଥିଲା । ଏହାପରେ ମୋତେ ମାନସିକ ଓ ଶାରିରୀକ ସ୍ତରରେ ସେ ପ୍ରତାରଣା କରିବା ସହ ମାରପିଟ୍ ମଧ୍ୟ କରୁଥିଲା । ତା ଘର ଲୋକେ ମଧ୍ୟ ମୋ ଉପରେ ପ୍ରବଳ ଅତ୍ୟାଚାର କରିଛନ୍ତି । ବାହ ହୋଇନଥିଲେ ମଧ୍ୟ ଯୌତୁକ ପାଇଁ ଧ୍ରୁବରାଜର ମା ପ୍ରବଳ ଚାପ ପକାଉଥିଲେ । ମୁଁ ନଚାହିଁଲେ ମଧ୍ୟ କାମ କରିବା ପାଇଁ ମୋତେ ବାଧ୍ୟ କରି ପଠାଉଥିଲେ । ମୋ ଘରଲୋକେ ମୋ ଅପହରଣ ନେଇ ପୂର୍ବରୁ ମଧ୍ୟ ଥାନାରେ ଏଫଆଇଆର ଦେଇଥିଲେ । ମୋ ଉପରେ ପ୍ରବଳ ଚାପ ଥିବାରୁ ମୁଁ ମୋ ଘର ଲୋକଙ୍କୁ ସହଯୋଗ କରିପାରିନଥିଲି । ବାଧ୍ୟ ହୋଇ ଧ୍ରୁବରାଜର ସାଥ୍ ଦେଉଥିଲି । ଗୋଟିଏ ମାସ ପରେ ମୋତେ ଯେତେବେଳେ ମୌକା ମିଳିଲା ମୁଁ ଆମ ନିଜ ଘରକୁ ଆସିଯାଇଥିଲି । ଆପଣମାନଙ୍କୁ ମୋର ଅନୁରୋଧ ଯେ ଧ୍ରୁବରାଜ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଣ୍ଡବିଧାନ କରନ୍ତୁ ।

   Related Posts