ଗୋପାଳପୁର ବେଳାଭୂମି ମହୋତ୍ସବ ଶେଷ ସଂଧ୍ୟାରେ ଶାନ୍‌ଙ୍କ କଣ୍ଠର ଯାଦୁରେ ଝୁମିଲେ ଦର୍ଶକ

Published By : Prameya-News7 Bureau | December 29, 2019 IST

ବ୍ରହ୍ମପୁର ୨୯।୧୨: ପାଞ୍ଚ ଦିନ ଧରି ଚାଲିଥିବା ଗୋପାଳପୁର ବେଳାଭୂମି ମହୋତ୍ସୋବ ଉଦଯାପିତ ହୋଇଛି । ଶେଷ ସନ୍ଧ୍ୟାରେ ଗାୟକ ଶାନ୍‌ଙ୍କ ଗୀତରେ ଝୁମିଲେ ଦର୍ଶକ । ଶେଷ ସଂଧ୍ୟ ବୋଲି ଭିଡ଼ ଅଧିକ ଥିଲା । ଶୀତୁଆ ସଂଧ୍ୟାରେ  ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିବା ସହ ରାମ ଦୋଳି, ଚଟପଟି ଖାଦ୍ୟର ମଜା ନେଇଥିଲେ । ପଲ୍ଲୀଶ୍ରୀ ମେଳାରୁ କିଣାକିଣି ବି ଜମିଥିଲା ।

{"id":204219,"sizeSlug":"large"}

ସରିଲା ଗୋପାଳପୁର ବେଳାଭୂମି ମହୋତ୍ସବ । ୫ ଦିନ ଧରି ବେଶ୍ ଜମିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ।  ସ୍ଥାନୀୟ କଳାକାରଙ୍କ ନାଚ,ଗୀତ  ସାଙ୍ଗକୁ ଷ୍ଟାର୍ ନାଇଟ୍ ରେ  ଝୁମିଥିଲେ ଦର୍ଶକ। ଶେଷ ସଂଧ୍ୟାରେ  ସାନ୍ ଙ୍କ ଗୀତରେ ଦର୍ଶକ ପୁରା ମତୁଆଲ୍ ହୋଇଯାଇଥିଲେ। ବୁଲି ଆସିବେ ଚଟପଟି ଖାଦ୍ୟ ଖାଇବେନି ଏମିତି କଣ ହେବ । ରାମଦୋଳିର ମଜା ବି ନେଇଥିଲେ ଅନେକ । ମହୋତ୍ସବର ମୁଖ୍ୟ ଆକର୍ଷଣ ଥିଲା ପଲ୍ଲିଶ୍ରୀ ମେଳା । ଜିଲ୍ଲା ବାହାରୁ ମଧ୍ୟ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା  ମହୋତ୍ସୋବକୁ ଉପଭୋଗ କରିବା ପାଇଁ ।

{"id":204220,"sizeSlug":"large"}

ମହୋତ୍ସୋବ ସଫଳ ହୋଇଥିବାରୁ ଏବଂ ଶାନ୍ତି ଶୃଙ୍ଖଳାର ସହ ସରିଥିବାରୁ  ଜିଲ୍ଲାବାସୀଙ୍କୁ  ଜିଲ୍ଲାପାଳ ଧନ୍ୟବାଦ୍ ଜଣାଇଛନ୍ତି । ଆଗାମୀ ଦିନରେ ଜିଲ୍ଲାରେ ପର୍ଯ୍ୟଟନର  ବିକାଶ ଉପରେ ଗୁରୁତ୍ବାରୋପ କରାଯିବ । ମହୋତ୍ସବକୁ ଆନ୍ତର୍ଜାତୀୟ ସ୍ତରର ମାନ୍ୟତା ଦେବା ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ସ୍ଥାନୀୟ ବିଧାୟକ କହିଛନ୍ତି।

{"id":204221,"sizeSlug":"large"}

ପୁଣି ମହୋତ୍ସୋବକୁ ଉପଭୋଗ କରିବାକୁ ହେଲେ ଆହୁରି ଅପେକ୍ଷା କରିବାକୁ ପଡିବ ବର୍ଷେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.