Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆଜି ସରୁଛି ବିଧାନସଭାର ମୌସୁମୀ ଅଧିବେଶନ, ପାରିତ ହୋଇପାରେ ଅନେକ ବିଲ୍‌

9/09/2021 at 8:23 AM

ଭୁବନେଶ୍ୱର ୦୯।୦୯: ଆଜି ସରୁଛି ବିଧାନସଭାର ମୌସୁମୀ ଅଧିବେଶନ । ଆଜି ପ୍ରଶ୍ନକାଳରେ ଜଳସମ୍ପଦ, ଯୋଜନା ଓ ସଂଯୋଜନା, ପର୍ଯ୍ୟଟନ, ସୂଚନା ଓ ଲୋକ ସମ୍ପର୍କ, ବାଣିଜ୍ୟ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପରିବହନ ଆଦି ବିଭାଗ ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ । 

ସେପଟେ ଆଜି ବିଜେପି ପକ୍ଷରୁ ଖଣି ଦୁର୍ନୀତି ନେଇ ଆସିପାରେ ମୁଲତବୀ ପ୍ରସ୍ତାବ।ବୁଧବାର ଖଣି ଦୁର୍ନୀତିକୁ ନେଇ ଗୃହରେ ଲାଗି ରହିଥିଲା ତାତି ।  ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାରମ୍ବାର ଗୃହକୁ ମୁଲତବୀ ରଖାଯାଇଥିଲା । ଏପରିକି ମୁଲତବୀ ପ୍ରସ୍ତାବ ଗ୍ରହଣ ନକରିବାରୁ ବାଚସ୍ପତିଙ୍କୁ ନିଜ ଚ୍ୟାମ୍ବରରେ ଘେରିଥିଲେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ।

ସେହିଭଳି ହଟଗୋଳ ଭିତରେ ଗତକାଲି ବିଧାନସଭାରେ  ୪ଟି ବିଲ ପାରିତ ହୋଇଛି । ଓଡ଼ିଶା ପଂଚାୟତ ସଂଶୋଧନ ବିଲ ,ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ ,ଓଡ଼ିଶା ଗୃହ ବ୍ୟବସ୍ଥା ବୋର୍ଡ ସଂଶୋଧନ ବିଲ ଓ ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ ପାରିତ ।

   Related Posts