ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷଦିନ: ୩ ପ୍ରମୁଖ ଦଳର ହେଭିୱେଟ ନେତା ଆଜି ଦାଖଲ କରିବେ ନାମାଙ୍କନ
25/03/2019 at 11:37 AM

ବ୍ରହ୍ମପୁର ୨୫/୩ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ । ବ୍ରହ୍ମପୁର ଓ ଛତ୍ରପୁରର ୩ ପ୍ରମୁଖ ରାଜନୈତିକ ଦଳର ହେଭିୱେଟମାନେ ଆଜି ନାମାଙ୍କନ ପତ୍ର ଦାଖଲ କରିବେ । ସାନଖେମୁଣ୍ଡିରୁ ବିଜେଡି ପ୍ର୍ରାଥୀ ନନ୍ଦିନୀ ଦେବୀ, କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ଓ ବିଜେପିରୁ ବିଜୟ ସ୍ବାଇଁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିବେ ।
ସେହିପରି ଦିଗପହଣ୍ଡି ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପ୍ରାର୍ଥୀ, ବିଜେପି ପାର୍ଥୀ ପିଙ୍କି ପ୍ରଧାନ,
ବ୍ରହ୍ମପୁର ବିଜେଡି ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା, ବିଜେପି ପ୍ରାର୍ଥୀ କାହ୍ନୁ ଚରଣ ପତି ଓ କଂଗ୍ରେସ ପ୍ରାର୍ଥୀ ଲିଙ୍ଗରାଜ ଚୌଧୁରୀ,
ଗୋପାଳପୁର ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଡ.ପ୍ରଦୀପ ପାଣିଗ୍ରାହୀ ଓ ବିଜେପି ବିଭୂତି ଜେନା ପ୍ରାର୍ଥୀ, ବ୍ରହ୍ମପୁର ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ତଥା ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ପତ୍ନୀ ଆଶା ଦାସ ନାମାଙ୍କନ ପତ୍ର ଦାଖଲ କରିବେ ।
ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଭୃଗ୍ୟୁ ବକ୍ସିପାତ୍ର, କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ନାଇଡୁ ଛତ୍ରପୁରଠାରେ ନାମାଙ୍କନ ପତ୍ର ଦାଖଲ କରିବେ । ଚିକିଟି ବିଧାନସଭା ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ମନୋରଞ୍ଜନ ଜ୍ଞାନସାମନ୍ତରାୟ, ପୋଲସରା ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଛତ୍ରପୁରଠାରେ ନାମାଙ୍କନପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି ।