Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ସରିବ ବିଧାନସଭା ମୌସୁମୀ ଅଧିବେଶନ

20/09/2018 at 10:32 AM

ଭୁବନେଶ୍ବର ୨୦|୯: ଆଜି ସରିବ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୪ ରୁ ଆରମ୍ଭ ହୋଇଥିଲା ଅଧିବେଶନ । ତେବେ ବିଭିନ୍ନ ପ୍ରସଙ୍ଗରେ ଶାସକ ଏବଂ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଆରମ୍ଭରୁ ପ୍ରଶ୍ନକାଳ ଚାଲିପାରିନି । ଆଜି ପ୍ରଶ୍ନକାଳରେ ସ୍କୁଲ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଯୋଜନା ଓ ସଂଯୋଜନା, ବିଜ୍ଞାନ ଓ କାରିଗରୀ, ସୂଚନା ଓ ଲୋକସମ୍ପର୍କ, ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନ ଆଦି ବିଭାଗ ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଶୂନ୍ୟକାଳରେ ସାମାଜିକ ସାଧାରଣ ପ୍ରଶାସନ କ୍ଷେତ୍ର ଉପରେ ସିଏଜିଙ୍କ ରିପୋର୍ଟ ଗୃହରେ ଉପସ୍ଥାପିତ ହେବ । ଏହାସହ ବିଭିନ୍ନ ପ୍ରସଙ୍ଗରେ ସଂକଳ୍ପ ଆସିବ ।

   Related Posts