ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ୯ଟି ଜିଲ୍ଲାରେ ଅର୍ଥନୈତିକ ଅବରୋଧର ଆଜି ଶେଷ ଦିନ

Published By : Prameya-News7 Bureau | January 09, 2019 IST

ସମ୍ବଲପୁର ୯|୧: ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ନଅଟି ଜିଲ୍ଲାରେ ଚାଲିଥିବା  ୭୨ଘଣ୍ଟିଆ ଅର୍ଥନୈତିକ ଅବରୋଧର ଆଜି ଶେଷ ଦିନ  ।  ପଶ୍ଚିମ ଓଡ଼ିଶାର ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ହେଉଥିବା ଆନ୍ଦୋଳନ ତେଜିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଭାରିଯାନ ଅଟକି ରହିଛି । ଅର୍ଥନୈତିକ ଅବରୋଧ ଯୋଗୁଁ ପଶ୍ଚିମ ଓଡିଶାର ସମସ୍ତ କଳକାରଖାନାକୁ କଞ୍ଚାମାଲ୍ ପରିବହନ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । କୋଇଲା, ଲୁହାପଥର, ମାଙ୍ଗାନିଜ୍ ସମେତ ସମସ୍ତ ଖଣିଜଦ୍ରବ୍ୟ ଟ୍ରକ୍‌ରେ ଲୋଡ୍ ହୋଇ ଜାତୀୟ ରାଜପଥ ଉପରେ ଠିଆହୋଇରହିଛି । ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଛି ।

{"id":71893}

ତେବେ  ପ୍ରଥମ ଦିନରେ ବେଶୀ ପ୍ରଭାବିତ ହୋଇଛି ସମ୍ବଲପୁର, ଦେବଗଡ, ଝାରସୁଗୁଡା ଓ ସୁନ୍ଦରଗଡ ।ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଜାତୀୟ ରାଜପଥରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।  ପରିସ୍ଥିତି ଉପରେ ନଜର ରଖିଛନ୍ତି ୨୦ରୁ ଅଧିକ ପୋଲିସ ଅଧିକାରୀ ଓ ଅତିରିକ୍ତ ଏସ୍‌ପି ।  ହିଂସାକାଣ୍ଡ ଯେପରି ନଘଟେ ସେଥିବା ପାଇଁ ଆମେ ସଜାଗ ବୋଲି କହିଛନ୍ତି ଜିଲ୍ଲାପାଳ ।  ଆନ୍ଦୋଳନକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯିବା ସହ, ଜାତୀୟ ରାଜପଥ କଡରେ ଥିବା ସମସ୍ତ ଥାନାକୁ ସ୍ବତନ୍ତ୍ର ନିର୍ଦ୍ଦେଶ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.