ଅଯୋଧ୍ୟା ମାମଲାରେ ଆଜି ହୋଇପାରେ ଶେଷ ଶୁଣାଣି : ସବୁ ପକ୍ଷ ରଖିବେ ନିଜର ଶେଷ ଯୁକ୍ତି

Published By : Prameya-News7 Bureau | October 16, 2019 IST

ନୂଆଦିଲ୍ଲୀ ୧୬/୧୦: ଅଯୋଧ୍ୟା ମାମଲାରେ ଆଜି  ସୁପ୍ରିମକୋର୍ଟରେ ହୋଇପାରେ ଶେଷ ଶୁଣାଣି । ଏ  ପର୍ଯ୍ୟନ୍ତ ଅଯୋଧ୍ୟା ମାମଲାରେ ୩୯ ଦିନ ଧରି ଶୁଣାଣି ହୋଇଥିବା ବେଳେ, ଆଜି  ଶେଷ ଶୁଣାଣି ହେବାର ସମ୍ଭାବନା ରହିଛି । ଏଥିପାଇଁ ଆଜି  ସୁପ୍ରିମକୋର୍ଟ ଉପରେ ସାରା ଦେଶର ନଜର ରହିବ । ତେବେ ଗତକାଲି ଶୁଣାଣି ବେଳେ ମୁସଲିମ୍  ପକ୍ଷ ଅଭିଯୋଗ କରିଥିଲେ, ଯେ ହିନ୍ଦୁ ପକ୍ଷ ତୁଳନାରେ ମୁସଲିମ ପକ୍ଷକୁ କୋର୍ଟ ଅଧିକ ପ୍ରଶ୍ନ କରୁଛନ୍ତି ।

୩୯ ଦିନ ଧରି ହୋଇସାରିଲାଣି ଶୁଣାଣି ।ବୁଧବାର ହୋଇପାରେ ଶେଷ ଶୁଣାଣି ।ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାରେ ସବୁ ପକ୍ଷ ବୁଧବାର ହିଁ ଶେଷ ଥର ପାଇଁ ସେମାନଙ୍କର ପକ୍ଷ ରଖିପାରନ୍ତି ।ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ କହିଛନ୍ତି ଯେ ୪୦ ଦିନରେ ହିଁ ମାମଲାର ଶୁଣାଣି ଶେଷ ହେବ ।ବୁଧବାର ମୁସଲିମ ପକ୍ଷର ଓକିଲଙ୍କୁ ଯୁକ୍ତି ରଖିବା ପାଇଁ ୧ ଘଣ୍ଟା ସମୟ ଦିଆଯାଇଥିବା ବେଳେ ହିନ୍ଦୁ ପକ୍ଷକୁ ୪୫ ମିନିଟ୍ ସମୟ ଦିଆଯାଇଛି ।୪ ଜଣ ହିନ୍ଦୁ ପକ୍ଷଭୁକ୍ତଙ୍କୁ ଯୁକ୍ତି ରଖିବାକୁ ୪୫ ମିନିଟ୍ ଲେଖାଏଁ ସମୟ ଦିଆଯିବ

ମଙ୍ଗଳବାର ଶୁଣାଣି ବେଳେ ହିନ୍ଦୁ ପକ୍ଷରୁ ଲଢୁଥିବା ଓକିଲ କେ. ପରାସରନ୍ କହିଥିଲେ ଯେ ଅଯୋଧ୍ୟାରେ ମୁସଲିମଙ୍କ ପାଇଁ ଆହୁରି ଅନେକ ମସଜିଦ୍ ଅଛି ।କିନ୍ତୁ ହିନ୍ଦୁ ମାନେ ଭଗବାନ ରାମଙ୍କ ଜନ୍ମସ୍ଥାନ ପରିବର୍ତ୍ତନ କରିପାରିବେ ନାହିଁ ।ସମ୍ରାଟ ବାବରଙ୍କ ଦ୍ବାରା କରାଯାଇଥିବା ଐତିହାସିକ ଭୁଲ୍ ସୁଧାରିବାର ସମୟ ଆସିଯାଇଛି ବୋଲି ହିନ୍ଦୁ ପକ୍ଷର ଓକିଲ କହିଥିଲେ ।ସେହିପରି ମୁସଲିମ ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବୀ ରାଜୀବ ଧାୱନ କହିଥିଲେ ଯେ କେବଳ ସେହିମାନଙ୍କୁ ହିଁ ପ୍ରଶ୍ନ କରାଯାଉଛି ।କିନ୍ତୁ ହିନ୍ଦୁ ପକ୍ଷକୁ ଅଧିକ ପ୍ରଶ୍ନ କରାଯାଉନାହିଁ ।

୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟା ମାମଲାରେ ଦେଇଥିବା ରାୟ ଅନୁସାରେ ବିବାଦୀୟ ୨.୭୭ ଏକର  ଜମିକୁ ତିନି ଭାଗରେ ବିଭକ୍ତ କରାଯାଇଥିଲା ।ଏହି ୩ ପକ୍ଷ ହେଲେ ସୁନ୍ନି ୱାକଫ୍ ବୋର୍ଡ, ନିର୍ମୋହି ଆଖଡ଼ା ଓ ରାମଲାଲା ।ତେବେ ଏହି ରାୟ ବିରୋଧରେ ୧୪ଟି ପିଟିସନ୍ ଦାୟର କରାଯାଇଥିଲା ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.