ଆଜି ସରୁଛି କଟକର ଐତିହାସିକ ବାଲିଯାତ୍ରା, ଭିଡ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
20/11/2019 at 7:11 AM

କଟକ ୨୦।୧୧: ଆଜି ଶେଷ ହେବ କଟକର ଐତିହାସିକ ବାଲିଯାତ୍ରା । ଦିର୍ଘ ୮ଦିନ ହେଲା ରାଜ୍ୟର ଏହି ସର୍ବବୃହତ ବାଣିଜ୍ୟିକ ମେଳା ମହାନଦୀ ପଠାରେ ଚାଲି ଆସୁଥିଲା । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ବାଲିଯାତ୍ରାକୁ ଜାତୀୟ ସ୍ଥରୀୟ ବାଣିଜ୍ୟ ମେଳାର ମଧ୍ୟ ପ୍ରଦାନ କରାଯାଇଛି । ନଭେମ୍ବର ୧୨ତାରିଖରୁ ଆରମ୍ଭ ହୋଇଥିଲା ବାଲିଯାତ୍ରା ମହୋତ୍ସବ ।

ଚଳିତ ବର୍ଷ ବାଲିଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁସଂଖ୍ୟାରେ ବ୍ୟବସାୟୀ ମାନେ ଏଠାରେ ପସରା ମେଲାଇ ଭଲ ବ୍ୟବସାୟ କରିଥିବା କହିଛନ୍ତି । ପ୍ରତି ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଓରମାସ ଓ ଖାଦ୍ୟ ଷ୍ଟୋର ଗୁଡିକରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ତେବେ ଆଜି ବାଲିଯାତ୍ରା ଶେଷ ହେଉଥିବାରୁ ଶେଷ ଦିନରେ ପ୍ରବଳ ଭିଡର ସମ୍ଭାବନା ରହିଛି । ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ୍ ଜାମରୁ ମୁକୁଳିବା ପାଇଁ କମିଶନରେଟ୍ ପୋଲିସ ଆଗୁଆ ପଦକ୍ଷେପ ସହ ବ୍ୟାପକ ବ୍ୟବସ୍ଥା କରାଯାଇଛି ।