Sunday, July 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର ; ଶେଷ ଦିନରେ କ୍ୟାମ୍ପେନିଂରେ କମ୍ପୁଛି ମଇଦାନ

ଭୁବନେଶ୍ବର ୧୬|୪: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟା ୬ଟାରେ ଶେଷ ହେବ ପ୍ରଚାର । ୫ ଲୋକସଭା ଓ ଏହା ଅଧିନରେ ଥିବା ୩୫ଟି ବିଧାନସଭା ଆସନରେ ୧୮ ତାରିଖରେ ହେବ ମତଦାନ । ୫ ଲୋକସଭା ଆସନ ପାଇଁ ୩୫ ପ୍ରାର୍ଥୀ ଏବଂ ୩୫ ବିଧାନସଭା ପାଇଁ ୨୪୪ ପ୍ରାର୍ଥୀ ଅଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟରେ ବରଗଡ଼ ଲୋକସଭା ଆସନ ସହ ଏହା ଅଧୀନରେ ଆସୁଥିବା ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ ।

ସେହିପରି ସୁନ୍ଦରଗଡ଼ ଲୋକସଭା ଆସନ ଅନ୍ତର୍ଗତ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ ।

ବଲାଙ୍ଗୀର ଲୋକସଭା ଆସନ ପାଇଁ ମତଦାନ ହେବା ସହ ଏହି ଲୋକସଭା ଆସନରେ ଆସୁଥିବା ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ମତଦାନ ହେବ ।

କନ୍ଧମାଳ ଲୋକସଭା ସହ ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଭୋଟ ଗ୍ରହଣ ହେବ ।

ସେହିପରି ଆସ୍କା ଲୋକସଭା ଆସନ ସହ ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି ଓ ହିଞ୍ଜିଳି ବିଧାନସଭା ଆସନରେ ଆସନ୍ତା ୧୮ ତାରିଖରେ ମତଦାନ ହେବ ।

161 Views

   ସମ୍ବନ୍ଧିତ ଖବର