ନିର୍ବାଚନ ଲାଗି ନାମାଙ୍କନ ଦାଖଲର ଆଜି ଶେଷ ଦିନ, ସେପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

Published By : Prameya-News7 Bureau | April 09, 2019 IST

ଭୁବନେଶ୍ବର ୯|୪ : ୨୦୧୯ ନିର୍ବାଚନର ମାହୋଲ ଏବେ ପୁରା ସରଗରମ । ସାରା ରାଜ୍ୟରେ ପ୍ରଚାର ଜମୁଛି । ତେବେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଦୁଇଟି ପ୍ରମୁଖ ତିଥି ଦୃଷ୍ଟିରୁ ଆଜି ଶେଷ ଦିନ । ତାହା ହେଲା, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ସେପଟେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ବି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ । ରାଜ୍ୟର ୪ ଲୋକସଭା ଏବଂ ୨୮ ବିଧାନସଭା ନିର୍ବାଚନ ୧୧ ତାରିଖରେ ହେବ । ସେହି ସବୁ ଆସନ ପାଇଁ ଆଜି ସଂଧ୍ୟାରେ ପ୍ରଚାର ସରିବ ।

{"id":101623}

କଳାହାଣ୍ଡି,କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଏବଂ ସେହି ଆସନ ସବୁର ଅଧୀନସ୍ଥ ୨୮ ବିଧାନସଭାରେ ଏବେ ପ୍ରଚାର ଶିଖର ଛୁଇଁଛି । ରୋଡ ଶୋ, ବାଇକ୍‌ ରାଲି ସହ ସଭା ସମାବେଶ କରି ନେତା, ପ୍ରାର୍ଥୀ ସମସ୍ତଙ୍କ କସରତ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିରେ ପ୍ରଚାର କରିଛନ୍ତି । ମାଣିକେଶ୍ବରୀଙ୍କ ଦର୍ଶନ ପରେ ସେ ଲାଞ୍ଜିଗଡ଼, ନର୍ଲାରେ ସଭା କରି ପ୍ରଚାର କରିଛନ୍ତି । ପୁଣି ଥରେ ସେ ୨୦୧୯ରେ ତାଙ୍କ ଦଳ ବିଜେଡି ଭଲ କରିବ ବୋଲି କହିବା ସହ କଳାହାଣ୍ଡିର ବିକାଶ ତ୍ବରାନ୍ବିତ କରିବାର  ପ୍ରତିଶ୍ରୁତି ଦେଇଛନ୍ତି । ବିଜେପି ଏବଂ କଂଗ୍ରେସ ପକ୍ଷରୁ ବି ପ୍ରଚାର ଜୋରଦାର ରହିଛି । 

{"id":101632}

ପ୍ରଥମ ପର୍ଯ୍ୟାୟର ୪ ଲୋକସଭା ଆସନରରେ ମୋଟ୍ ୨୬ ଜଣ ପ୍ରାର୍ଥୀ ବିଭିନ୍ନ ସଂକେତରେ ଲଢୁଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ପ୍ରାର୍ଥୀ । ସେହିପରି ୨୮ ବିଧାନସଭା ଆସନରେ ମୋଟ୍ ୧୯୧ ପ୍ରାର୍ଥୀ ନିର୍ବାଚନ ଯୁଦ୍ଧରେ ଅବତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ ମହିଳା ପ୍ରାର୍ଥୀ । ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୬୦ ଲକ୍ଷ ଭୋଟର ।

{"id":101739}

ଏପଟେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ବିଜେଡିର କେନ୍ଦ୍ରାପଡା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି, ବିଧାନସଭା ପ୍ରାର୍ଥୀ ଶଶିଭୂଷଣ ବେହେରା, ବଡଚଣା ଓ ନିମାପଡାର କଂଗ୍ରେସ ପ୍ରାର୍ଥୀ, କଂଗ୍ରେସର ତିର୍ତ୍ତୋଲ ବିଧାନସଭା ପ୍ରାର୍ଥୀ ଆଜି ପ୍ରାର୍ଥୀ ପତ୍ର ଦଖାଲ କରିବେ । ଏମାନଙ୍କ ସହ ମେଁ ୨୯ ତାରିଖରେ ମତଦାନ ହେବାକୁ ଥିବା ୬ ଲୋକସଭା ଆସନ ଏବଂ ୪୨ ବିଧାନସଭା ଆସନରେ ଅବଶିଷ୍ଟ ଆଶାୟୀ ନେତାଏ ପ୍ରାର୍ଥୀ ପତ୍ର ଦାଖଲ କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.