ଗ୍ୟାସ୍ ସିଲିଣ୍ଡରରେ ୭୦୦ ଟଙ୍କା ରିହାତି ପାଇବାକୁ ଆଜି ଶେଷ ତାରିଖ: ଅଫରର ଫାଇଦା ଉଠାଇବାକୁ ହେଲେ କରନ୍ତୁ ଏହି କାମ
28/02/2021 at 10:09 AM

ନୂଆଦିଲ୍ଲୀ ୨୮/୦୨ : ତୈଳ କମ୍ପାନୀ ଘରୋଇ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର୍ ଦାମ୍ ପୁଣି ବଢ଼ାଇ ଦେଇଛନ୍ତି। ଫଳରେ ବିନା ସବସିଡି ୧୪.୨ କିଲୋ ସିଲିଣ୍ଡର ଦାମ୍ ୭୬୯ ଟଙ୍କାରୁ ବଢି ୭୯୪ ଟଙ୍କା ହୋଇଛି। ଚଳିତ ମାସରେ ସିଲିଣ୍ଡର୍ ଦାମ୍ ତୃତୀୟଥର ପାଇଁ ବୃଦ୍ଧି ପାଇଛି। ସିଲିଣ୍ଡର୍ ପାଇଁ ବର୍ତ୍ତମାନ ଏକ ଅଫର୍ ଅଛି। ଏହି ଅଫର୍ ଅନୁଯାୟୀ ମହଙ୍ଗା ସିଲିଣ୍ଡର ଆପଣ ମାତ୍ର ୯୪ ଟଙ୍କାରେ କିଣିପାରିବେ। କେମିତି ଏହି ଅଫରର ଫାଇଦା ଉଠାଇବେ ଜାଣନ୍ତୁ …
ଆପଣ ପେଟିଏମରୁ ଏଲ୍ପିଜି ସିଲିଣ୍ଡର ବୁକ କରି ୭୦୦ ଟଙ୍କା ଯାଏଁ କ୍ୟାସବ୍ୟାକ ପାଇପାରିବେ। ପେଟିଏମର ଏହି ଖାସ ଅଫରର ଫାଇଦା ଉଠାଇ ଆପଣ ମାତ୍ର ୯୪ ଟଙ୍କାରେ ସିଲିଣ୍ଡର ପାଇପାରିବେ। ଜାଣନ୍ତୁ ପୁରା ପ୍ରକ୍ରିୟା…
୧. ଯଦି ଆପଣଙ୍କ ଫୋନରେ ପେଟିଏମ୍ ଆପ୍ ନାହିଁ ତାହେଲେ ଡାଉନଲୋଡ୍ କରନ୍ତୁ
୨. ପେଟିଏମ ଆପ୍ ଖୋଲନ୍ତୁ
୩. ତାପରେ ‘recharge and pay bills’ କୁ ଯାଆନ୍ତୁ
୪. ତାପରେ ‘book a cylinder’ ଅପ୍ସନ୍ ଖୋଲନ୍ତୁ
୫. ଭାରତ ଗ୍ୟାସ୍, ଏଚପି ଗ୍ୟାସ୍ ବା ଇଣ୍ଡେନରୁ ଯେକୌଣସିଟି ଆପଣଙ୍କର ହୋଇଥିବା ସେ ପ୍ରୋଭାଇଡର୍ ବାଛନ୍ତୁ
୬. ପଞ୍ଜିକୃତ ମୋବାଇଲ ନମ୍ବର କିମ୍ବା ଏଲ୍ପିଜି ଆଇଡି ଦିଅନ୍ତୁ
୭. ଏହାପରେ ଆପଣଙ୍କୁ ପେମେଣ୍ଟ ଅପ୍ସନ୍ ଦେଖାଇବା
୮. ପେମେଣ୍ଟ କରିବା ପୂର୍ବରୁ ଅଫରରେ ‘FIRSTLPG’ ପ୍ରୋମୋ କୋଡ୍ ପକାନ୍ତୁ
୭୦୦ ଟଙ୍କା କ୍ୟାସବ୍ୟାଙ୍କ ଅଫର ପେଟିଏମ୍ ଆପ୍ ମାଧ୍ୟମରେ ପ୍ରଥମଥର ଏଲ୍ପିଜି ଗ୍ୟାସ୍ ବୁକ୍ କରୁଥିବା ଗ୍ରାହକଙ୍କୁ ହିଁ ମିଳିବ। ଏହି ଅଫରର ଲାଭ ଫେବୃଆରୀ ୨୮ ତାରିଖ ଯାଏଁ ହିଁ ରହିଛି। ଏହି ଅଫର ପାଇଁ ପେଟିଏମ ଅନେକ ଗ୍ୟାସ କମ୍ପାନୀ ସହ ଚୁକ୍ତି କରିଛି।