Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

୧୫ ଅକ୍ଟୋବର ‘ପଦ୍ମ’ ପୁରଷ୍କାର-୨୦୨୧ ପାଇଁ ଆବେଦନର ଶେଷ ତାରିଖ

14/09/2020 at 6:51 PM

ନୂଆଦିଲ୍ଲୀ ୧୪/୦୯: ପଦ୍ମ ପୁରଷ୍କାର ପାଇଁ ଆବେଦନ କରିବାର ଶେଷ ତାରିଖ ୧୫ ଅକ୍ଟୋବର । ଗଣତନ୍ତ୍ର ଦିବସ ୨୦୨୧  ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ ପୁରଷ୍କାର ପାଇଁ ଅନଲାଇନ୍‌ ଆବେଦନର ଶେଷ ତାରିଖ ୧୫ ଅକ୍ଟୋବର । ଆସନ୍ତାକାଲି ନାମାଙ୍କନ ଭରିବାର ଶେଷ ତାରିଖ ହୋଇଥିବା ବେଳେ ମେ ୧ରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଥିଲା । ପଦ୍ମ ପୁରଷ୍କାର ମଧ୍ୟରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସାମିଲ ରହିଛି । ୧୯୫୪ରୁ ଆରମ୍ଭ ହୋଇଥିବା ପଦ୍ମ ପୁରଷ୍କାର ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ପ୍ରଦାନ କରାଯାଏ ।

 ଏହି ପୁରଷ୍କାର ବିଶିଷ୍ଟ କାର୍ଯ୍ୟ ପାଇଁ ଦିଆଯାଉଥିବା ବେଳେ ବିଶେଷ କରି କଳା, ସାହିତ୍ୟ, ଶିକ୍ଷା, ଖେଳ, ଚିକିତ୍ସା, ସାମାଜିକ କାର୍ଯ୍ୟ, ବିଜ୍ଞାନ, ଇଞ୍ଜିନିୟରିଂ, ସିଭିଲ୍‌ ସେବା, ବ୍ୟାପାର,ଉଦ୍ୟୋଗ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦିଆଯାଏ । ସରକାରୀ କର୍ମଚାରୀ, ଡାକ୍ତର ଓ ବୈଜ୍ଞାନିକ ଏହି ପୁରଷ୍କାରର ପାତ୍ର ନୁହନ୍ତି ।

ନାମାଙ୍କନ କରିବା ପାଇଁ ନିର୍ଦ୍ଦିଷ୍ଟ ଓ୍ବେବସାଇଟ୍‌ରେ ବିସ୍ତୃତ ବିବରଣୀ ଦେବା ଆବଶ୍ୟକ । ସେବା , ଉପଲବ୍ଧି ଆଦି ସମ୍ପର୍କରେ ଅତିବେଶୀରେ ୮୦୦ ଶବ୍ଦ ମଧ୍ୟରେ ଉଲ୍ଲେଖ କରିବାକୁ ପଡ଼ିବ । ବିଶେଷ କରି ଏହି ପୁରଷ୍କାରର ମୂଳ ଉଦ୍ଦେଶ୍ୟ ହେଉଛି, ମହିଳା, ପଛୁଆ ବର୍ଗର ବ୍ୟକ୍ତି, ଅନୁସୂଚିତ ଜାତି ଓ ଜନଜାତି ଓ ଦିବ୍ୟାଙ୍ଗଙ୍କ ପ୍ରତି ନିସ୍ବାର୍ଥପର ଭାବେ କାର୍ଯ କରିବା  । ତେଣୁ ଏଭଳି ବ୍ୟକ୍ତିଙ୍କ ନାମାଙ୍କନ କରାଇବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ସମସ୍ତ କେନ୍ଦ୍ରୀୟ ମନ୍ତ୍ରାଳୟ, ବିଭାଗ, ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛି ।  

   Related Posts