ଆୟକର ଦାଖଲର ଆଜି ଶେଷ ଦିନ, ଏହା ପରେ ଦେବାକୁ ପଡିପାରେ ଜରିମାନା

Published By : Prameya-News7 Bureau | January 10, 2021 IST

ନୂଆଦିଲ୍ଲୀ ୧୦/୦୧ : ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ ରବିବାର ହେଉଛି ଶେଷ ଦିନ । ଏହା ପୂର୍ବରୁ ଆଇଟିଆର ଫାଇଲ କରିବାର ଶେଷ ତାରିଖ ଡିସେମ୍ବର ୩୧ ଥିଲା । ପରେ ଏହାକୁ ବୃଦ୍ଧି କରାଯାଇ ୧୦ ଜାନୁୟାରୀ ୨୦୨୧କୁ ବୃଦ୍ଧି କରାଯାଇଥିଲା । ତେବ ଆଇଟିଆର ଫାଇଲ କରିବାର ଆଜି ​‌ହେଉଛି ଶେଷ ଦିନ । ଏହା ପରେ ଜରିମାନା ଦେବାକୁ ପଡିପାରେ ।

ଆୟକର ରିଟର୍ଣ୍ଣ ଫାଇଲ କରୁଥିବା ସମୟରେ କିଛି ଗୁରୁତ୍ବପୂର୍ଣ୍ଣ ଦିଗକୁ ଧ୍ୟାନ ଦେବା ଉଚିତ । ଆୟକର ବିଭାଗ କିହିଛି ଯେ, କମ୍ପାନୀମାନଙ୍କୁ ଆଇଟିଆର ଫାଇଲର ଶେଷ ତାରିଖକୁ ବୃଦ୍ଧି କରାଯାଇ ୧୫ ଫେବୃୟାରୀ ୨୦୨୧ କରିଦିଆଯାଇଛି ।

ଅଗଷ୍ଟ ୨୦୨୦ରେ କେନ୍ଦ୍ର ସରକାର ଆୟକର ଦାଖଲ କରୁଥିବା ବ୍ୟକ୍ତିମାନଙ୍କ ତାଲିକା ଜାରି କରିଥିଲା । ସରକାରୀ ତଥ୍ୟ ଅନୁଯାୟୀ ୧୩୦ କୋଟି ଜନସଂଖ୍ୟା ଥିବା ଭାରତରେ ମାତ୍ର ୧.୫ କୋଟି ଲୋକ ଆୟକର ଦିଅନ୍ତି । ଯଦି ଏହାର ତୁଳନା ମୋଟ ଜନସଂଖ୍ୟା ସହ କରାଯାଏ ତେବେ ଦେଶର ଜନସଂଖ୍ୟାର ମୋଟ ଏକ ପ୍ରତିଶତ ଲୋକ ଆୟକର ଦେଉଛନ୍ତି ।

ଅନଲାଇନ୍‌ରେ ITR ଫାଇଲ୍ କରିବା ସମୟରେ ନାମ, ଠିକଣା, ଜନ୍ମ ତାରିଖ, ଇ-ମେଲ ଆଇଡି, ଖାତା ନମ୍ବର ସଠିକ ଭାବେ ଭରିବାକୁ ପଡିବ । ITR ଫାଇଲ କରିବା ବେଳେ ବ୍ୟାଙ୍କ୍ କାରବାରର ସଠିକ୍‌ ତଥ୍ୟ ଦେବା ଜରୁରୀ । ଯଦି ଆପଣ ସଠିକ ତଥ୍ୟ ଦେଉଛନ୍ତି ତେବେ ଆପଣଙ୍କୁ ITR ରିଫଣ୍ଡ ମିଳିବା ପାଇଁ କୌଣସି ଅସୁବିଧା ହେବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.