ସରକାରୀ ଯୋଜନାରେ ଫ୍ରିରେ ଗ୍ୟାସ୍ ସିଲିଣ୍ଡର୍ ପାଇବାକୁ ଆଜି ହେଉଛି ଶେଷ ତାରିଖ, ଏହିଭଳି ଉଠାନ୍ତୁ ଲାଭ

Published By : Prameya-News7 Bureau | September 30, 2020 IST

ନୂଆଦିଲ୍ଲୀ ୩୦/୦୯ : ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅନୁସାରେ ମୋଦି ସରକାର ଅଭାବୀ ଗ୍ରାମୀଣ ମହିଳାଙ୍କୁ ଫ୍ରିରେ ଗ୍ୟାସ୍ ସିଲିଣ୍ଡର୍ ବଣ୍ଟନ କରନ୍ତି । ଏହି ଯୋଜନାର ହିତାଧିକାରୀଙ୍କୁ ସେପ୍ଟେମ୍ବର ପରେ ଏହି ଯୋଜନାରେ ଗ୍ୟାସ୍ ସିଲିଣ୍ଡର୍ ଫ୍ରିରେ ମିଳିବନି । କରୋନା ଯୋଗୁଁ ସରକାର ଉଜ୍ଜ୍ଵଳା ଯୋଜନାରେ ଗ୍ୟାସ୍ ସିଲିଣ୍ଡର୍ ନେଉଥିବା ୭.୪ କୋଟି ମହିଳାଙ୍କୁ ତିନିଟି ସିଲିଣ୍ଡର୍ ଫ୍ରିରେ ଦେବାକୁ ଘୋଷଣା କରାଯାଇଥିଲା । ଏପ୍ରିଲରୁ ଆରମ୍ଭ କରାଯାଇଥିବା ଏହି ଯୋଜନାକୁ ସେପ୍ଟେମ୍ବର ମାସ ଯାଏଁ ବଢ଼ାଇ ଦିଆଯାଇଥିଲା । ଏହି ଯୋଜନାର ଲାଭ କିପରି ଉଠାଇ ପାରିବେ ଜାଣନ୍ତୁ :

ଏହି ଯୋଜନାର ହିତାଧିକାରୀଙ୍କୁ ସେପ୍ଟେମ୍ବର ମାସ ପରେ ଫ୍ରିରେ ସିଲିଣ୍ଡର ମିଳିବନି । ସେଥିପାଇଁ ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କ ପାଖରେ ଶେଷ ମଉକା ଅଛି । ଯଦି ଆପଣ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତାହେଲେ ଏଥିପାଇଁ ଶୀଘ୍ର ପଞ୍ଜିକରଣ କରାଇବାକୁ ହେବ । ଏହି ଯୋଜନାରେ ପଞ୍ଜିକରଣ କରାଇବା ବହୁତ ସରଳ । ଉଜ୍ଜ୍ଵଳା ଯୋଜନା ଅନୁଯାୟୀ ଗ୍ୟାସ କନେକ୍ସନ୍ ନେବା ପାଇଁ BPL ପରିବାରର ଯେକୌଣସି ମହିଳା ଆପ୍ଲାଏ କରିପାରିବେ । ଆପଣ ନିଜେ ମଧ୍ୟ ଏହି ଯୋଜନା ସହ ଜଡିତ ଅଫିସିଆଲ ୱେବସାଇଟ୍ pmujjwalayojana.com କୁ ଯାଇ ସମ୍ପୂର୍ଣ ତଥ୍ୟ ପାଇପାରିବେ । ପଞ୍ଜିକରଣ କରିବା ପାଇଁ ଆପଣାକୁ ଏକ ଫର୍ମ ଭରି ନିକଟସ୍ଥ LPG ଗ୍ୟାସ୍ ବିତରକଙ୍କ ପାଖରେ ଜମା କରାଇବାକୁ ହେବ ।

ଏହାଛଡା ଏହି ଫର୍ମରେ ମହିଳାମାନଙ୍କୁ ନିଜର ପୁରା ନାଁ, ଜନଧନ ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର ଓ ପରିବାରର ସମସ୍ତ ସଦସ୍ୟଙ୍କ ଆଧାର ନମ୍ବର ମଧ୍ୟ ଦେବାକୁ ହେବ । ଏହାକୁ ପ୍ରୋସେସ କରିବା ପରେ ଦେଶର ଅଏଲ ମାର୍କେଟିଙ୍ଗ କମ୍ପାନୀ ଯୋଗ୍ୟ ହିତାଧିକାରୀଙ୍କୁ ଏଲପିଜି କନେକ୍ସନ ଜାରି କରିଥାଏ । ଯଦି କୌଣସି ଉପଭୋକ୍ତା EMI ବିକଳ୍ପ ଚୟନ କରନ୍ତି ତାହେଲେ EMI ରାଶି ସିଲିଣ୍ଡରରେ ମିଳୁଥିବା ସବସିଡିରେ ଆଡ଼ଜଷ୍ଟ କରାଯାଇଥାଏ ।

ଏହି ଯୋଜନାର ଲାଭ କେବଳ BPL କାର୍ଡ ଧାରକଙ୍କୁ ମିଳିଥାଏ | ଏହି ଯୋଜନାରେ ମହିଳା ନିଜ ନାଁରେ ଗ୍ୟାସ କନେକ୍ସନ୍ ନେଇପାରିବେ । ଯେଉଁ ମହିଳାଙ୍କ ନାଁରେ ଗ୍ୟାସ୍ କନେକ୍ସନ୍ ନେବାର ଥାଏ ସେ ଗ୍ରାମୀଣ BPL କାର୍ଡ ଧାରକ ବାସିନ୍ଦା ହୋଇଥିବା ଦରକାର । ସବସିଡି ରାଶି ପାଇବାକୁ ଯେକୌଣସି ରାଷ୍ଟୀୟ ବ୍ୟାଙ୍କରେ ଶେଭିଂ ଆକାଉଣ୍ଟ ଥିବା ଦରକାର ।

ଏହି ଯୋଜନା ଅନୁସାରେ BPL ପରିବାରଙ୍କୁ ସରକାର ଫ୍ରିରେ ଗ୍ୟାସ୍ ସିଲିଣ୍ଡର୍ ଦେଇଥାନ୍ତି । ଏହି ଯୋଜନା ଆରମ୍ଭ କରିବା ପଛରେ ସରକାରଙ୍କ ଉଦ୍ଦେଶ୍ୟ ଥିଲା ଗ୍ରାମୀଣ ମହିଳାଙ୍କୁ କାଠ ଓ ଗୋବରରୁ ହେଉଥିବା କ୍ଷତିରୁ ରକ୍ଷା କରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.